ବଞ୍ଚୋ ଦଧିବାନଜୀୟୁଙ୍କ ଦ୍ୱାଦଶତମ ବାର୍ଷିକ ଉତ୍ସବ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ମନ୍ଦିର ମାଳିନୀ ବଞ୍ଚୋ ଗ୍ରାମରେ ପ୍ରଭୂ ଦଧିବାବନଜୀୟୁଙ୍କ ମନ୍ଦିରର ଦ୍ୱାଦଶତ୍ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ଉପଲକ୍ଷେ ସକାଳୁ ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଥିଲା । କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସମୟରେ ପ୍ରତ୍ୟେକ ପରିବାର ପକ୍ଷରୁ ଧୂପ ଦ୍ୱୀପ ଦ୍ୱାରା ବନ୍ଦାପନା କରାଯିବା ସହ ଶଙ୍ଖ ହୁଳହୁଳୀ ଧ୍ୱନିରେ ଗ୍ରାମଟି ପ୍ରକମ୍ପିତ ହୋଇ ଉଠିଥିଲା । ପରେ ଦଧିବାବନଜୀୟଙ୍କ ମନ୍ଦିରରେ ନିର୍ମିତ ଯଜ୍ଞଶାଳାରେ କଳଶ ଗୁଡିକୁ ସ୍ଥାପନ କରାଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯିବା ସହ ଅଗ୍ନି ସ୍ଥାପନ କରାଯାଇଥିଲା । ଏଥି ନିମନ୍ତେ ଗ୍ରାମର ଅନେକ ମହିଳା ନିଜ ନିଜ ପରିବାରର ମଙ୍ଗଳ ମନାସୀ ବୈତରଣୀ ନଦୀରୁ ପୁଣ୍ୟଘଟ ଉତ୍ତୋଳନ କରି ନିଜ ନିଜ ଗୃହ ସମ୍ମୁଖରେ ସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା । ମନୋରଞ୍ଜନ ନାୟକ, ସତ୍ୟଭାମା ନାୟକ, ଅମୀୟ ନାୟକ, ନିରୁପମା ନାୟକ, ଲକ୍ଷ୍ମୀଧର ଧଳ, ଲିଲିମୟୀ ଧଳ, ଅଚୁ୍ୟତାନନ୍ଦ , ମଧୁସ୍ମୀତା, ପ୍ରକାଶ, ସୋନି , ବୀରକିଶୋର ସଞ୍ଜୁ ପ୍ର୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ ପଣ୍ଡିତ ସଞ୍ଜୟ ପାଢ଼ୀ ଶର୍ମା, ଆନନ୍ଦ ଦାଶ, ଅକ୍ଷୟ ପଣ୍ଡା, ସନାତନ ପଣ୍ଡା, ନନ୍ଦ କିଶୋର ଦାଶ ପ୍ରମୁଖ ବେଦମନ୍ତ୍ରରେ ପୂଜାକାର୍ଯ୍ୟ ସମ୍ପାଦାନ କରୁଛନ୍ତି । ଏଥିପାଇଁ ପ୍ରଭୂ ଦଧିବାବନଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ସକାଳ ୯ଟାରୁ ଦିନ ତମାମ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଗାଁରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରି ପ୍ରସାଦ ସେବନ କରୁଛନ୍ତି । ଅପରାହ୍ନରେ ପୁର୍ବତନ ମନ୍ତ୍ରୀ ତଥା ଘସିପୁରାରର ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା, ପୁର୍ବତନ ଏସ.ପି ବିକାଶ ଦାଶ. ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ମଞ୍ଚକୁ ଉଦଘାଟନ କରିବା ସହିତ ବଞ୍ଚୋ ଗ୍ରାମକୁ ସମଗ୍ର ରାଜ୍ୟରେ ଏକ ମଡେଲ ଗ୍ରାମ ଭାବରେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ । ବଞ୍ଚୋର ଐତିହ୍ୟ ଓ ପରମ୍ପରା ଉପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପ୍ରାଣବଲ୍ଲବ ପାଢ଼ୀ, ଅଶୋକ କୁମାର ପୁହାଣ, ସୁଧାଶୁଂ ରାଉତ, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସନାତନ ଓଝା, ମାର୍କଣ୍ଡ ଚରଣ ଓଝା, କିର୍ତ୍ତନ ବିହାରୀ ନାୟକ, ଚିନ୍ତାମଣୀ ରାଉତ, ପ୍ରଶାନ୍ତ ପଟ୍ଟନାୟକ, ଗିରିଧାରୀ ପଟ୍ଟନାୟକ, ବୀରବର ପଟ୍ଟନାୟକ, ଛବିନ୍ଦ୍ର ନାୟକ, ମୁକେଶ ରାଉତ, ସତ୍ୟାନନ୍ଦ ବରାଳ, ମନୋରଞ୍ଜନ ବରାଳ, ସୁଶାନ୍ତ ବିଶ୍ୱାଳ, ରାଧାଗୋବିନ୍ଦ ଦାଶ, ବିକ୍ରମଦେବ ରାଉତରାୟ, କାଙ୍ଗାଳି ଚରଣ ବରାଳ, ଗୋଲେଖ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସନ୍ଧ୍ୟାରେ ନାମ ସଂଙ୍କିର୍ତ୍ତନ କରାଯିବା ପରେ ସୁନାମଧନ୍ୟ କଣ୍ଠଶିଳ୍ପୀ ରବିନାରାୟଣ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ଗାଁର ଯିଏ ଯେଉଁଠି ବି କର୍ମକ୍ଷେତ୍ରରେ ଅଛନ୍ତି ସମସ୍ତେ ଗାଁକୁ ଆସି ଏହି ମହାନପର୍ବରେ ନିଜକୁ ସାମିଲ କରିଛନ୍ତି । ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଚେତନା ସହ ଭାଇଚାରାର ଏକ ନିଖୁଣ ପରମ୍ପରା ସୃଷ୍ଟି ହୋଇଛି ।