“ବିଗ୍ ବସ୍’ରେ ରଶ୍ମୀ-ଅରହାନଙ୍କ ବିବାହ ହୋଇପାରେ !
ଚଳିତ ବର୍ଷ ଲାକପ୍ରିୟ ରିଆଲିଟି ଶା’ “ବିଗ୍ ବସ୍’ ବନ୍ଧୁତା, ପ୍ରେମ, ଶତ୍ରୁତା ଆଦିକୁ ନେଇ ଚର୍ଚ୍ଚାରେ । ଯାହାକୁ ନେଇ ସବୁଥରଠାରୁ ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ବିଗତ ଦିନରେ ପ୍ରତିଯୋଗୀ ସିଦ୍ଧାର୍ଥ-ଶେହନାଜ-ଆସିମ୍ଙ୍କୁ ନେଇ ବଜ୍ ରହିଥିବା ବେଳେ ଏବେ ଘରେ ପ୍ରେମର ବସନ୍ତ ବାହିବାରେ ଲାଗିଛି । ସେ ଆସିମ୍ ହୁଅନ୍ତୁ ଅଥବା ସିଦ୍ଧାର୍ଥ ସମସ୍ତେ ଏବେ ପ୍ରେମରେ ପଡ଼ିବା ଭଳି ଲାଗୁଛି । ହେଲେ ସମସ୍ତଙ୍କୁ ପଛରେ ପକାଇ ରଶ୍ମୀ ଏଠାରେ ମନର ମଣିଷ ପାଇସାରିଛନ୍ତି । ପୂର୍ବରୁ ବନ୍ଧୁ ଥିବା ଅରହାନ ରଶ୍ମୀଙ୍କୁ ପ୍ରେମ କରୁଥିବା ସ୍ୱୀକାର କରିଛନ୍ତି । ଏଣୁ ଆଗାମୀ ଦିନରେ ରଶ୍ମୀ ଶୋ’ରେ ଅରହାନଙ୍କୁ ବିବାହ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।
ସେହିଭଳି ଆସିମ୍ ଏବେ ଏକତରଫା ହିମାଂଶିଙ୍କୁ ମନ ଦେଇ ବସିଛନ୍ତି । ହିମାଂଶୀଙ୍କ ନିର୍ବନ୍ଧ ସରିଥିବା କଥା ସେ ଜାଣିଥିଲେ ସବୁବେଳେ ତାଙ୍କ ପାଖେପାଖେ ରହୁଛନ୍ତି । ସିଦ୍ଧାର୍ଥ ମଧ୍ୟ ଆସ୍ତେ ଆସ୍ତେ ଶେହନାଜଙ୍କ ଆଡ଼କୁ ଢ଼ଳୁଥିବା ଦେଖିବାକୁ ମିଳୁଛି । ଶେହନାଜ ମଧ୍ୟ ସିଦ୍ଧାର୍ଥଙ୍କ ରାଣୀ ବୋଲି କହିସାରିଛନ୍ତି । ଉଭୟେ ପ୍ରେମରେ ଥିବା ପ୍ରକାଶ କରି ନ ଥିଲେ ମଧ୍ୟ ଖୁବ୍ଶୀଘ୍ର କରିପାରନ୍ତି ବୋଲି ପ୍ରଶଂସକ ଆଶା ରଖିଛନ୍ତି ।


