ସବ୍ୟସାଚି ଓ ଅର୍ଚ୍ଚିତାଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ଼

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଉତ୍ସବ -୨୦୨୨ ଏବଂ ପଲ୍ଲୀଶ୍ରୀ ମେଳାର ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି. ଓଡ଼ିଆ ସିନେ ଜଗତର ଦାମ୍ପତି ସବ୍ୟସାଚି ଓ ଅର୍ଚ୍ଚିତାଙ୍କ ଅଭିନୟ ଯାଦୁରେ ବିଭୋର ହୋଇଥିଲେ ଦର୍ଶକ. ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରଙ୍କ ନୃତ୍ୟ ମଧ୍ୟ ବେଶ ଆକଶ୍ରଣୀୟ ଥିଲା. କୋରାପୁଟରୁ ଆସିଥିବା କଳାକାରଙ୍କ ଢେମସା ଏବଂ ଗଞ୍ଜାମରୁ ଆସିଥିବା କଳାକାରଙ୍କ ରଣପା ନୃତ୍ୟ ବେଶ ଉତ୍ସହ ଭରି ଦେଇଥିଲା.ଅନେକ ରାତି ଯାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଦର୍ଶକ. ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧକ୍ଷତା ଅନୁଷ୍ଠିତ 4 ର୍ଥ ସନ୍ଧ୍ୟାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ସମ୍ମାନିତ ଅତିଥି ଭାବେ ମୋହନା ବ୍ଲକର ଅଧକ୍ଷ ରାଜୀବ ଶବର, ରା. ଉଦୟଗିରି ବ୍ଲକର ଅଧକ୍ଷ ଲକ୍ଷ୍ମୀ ନାରାୟଣ ଶବର, ନୂଆଗଡ ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ରାୟଗଡ ବ୍ଲକ ଅଧକ୍ଷା ପୂର୍ଣବାସୀ ନାୟକ ଯୋଗଦେଇ ଗଜପତି ଉତ୍ସବ ଆୟୋଜନର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ