ଦେଶବ୍ୟାପି ଗଣପ୍ରତିବାଦକୁ ସଫଳ କରିବାପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆହ୍ୱାନ

ବ୍ରହ୍ମପୁର, (ଅନିଲ କୁମାର):କୃଷକ ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାରଙ୍କ ବିଶ୍ୱାସଘାତକତା ବିରୁଦ୍ଧରେ ଜାନୁଆରୀ ୨୬ତାରିଖରେ ହେବାକୁ ଥିବା ଦେଶବ୍ୟାପି ଗଣ ପ୍ରତିବାଦକୁ ସଫଳ କରିବା ଆହ୍ୱାନରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର କମାପଲ୍ଲୀ ଛକ ଠାରେ ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି l ସୂଚନାଯୋଗ୍ୟ ଯେ,କୃଷକଙ୍କର ନ୍ୟାଯ୍ୟ ଦାବି ଗୁଡିକୁ ସମାଧାନ ଦାବି ନେଇ ଗତ ୨୦୨୧ମସିହା ନଭେମ୍ବର ୨୧ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଏହାକୁ ଗ୍ରହଣ କରି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଗତ ୨୦୨୧ମସିହା ଡିସେମ୍ବର ୯ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଲେଖିଥିବା ପତ୍ରରେ ଚାଷୀଙ୍କ ବିଭିନ୍ନ ପ୍ରସଙ୍ଗରେ ମୋର୍ଚ୍ଚାକୁ ଆଶ୍ୱାସନା ଦେବାସହ ଏହି ଐତିହାସିକ ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ନିବେଦନ କରିଥିଲେ l ଏହି ଚିଠିକୁ ଭିତ୍ତି କରି ମୋର୍ଚ୍ଚା ଗତ ୨୦୨୧ମସିହା ଡିସେମ୍ବର ୧୧ତାରିଖରେ ଦିଲ୍ଲୀର ସମସ୍ତ ସୀମାରୁ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା l ପ୍ରତ୍ୟାହାର ହେବାର ଏକ ବର୍ଷରୁ ଉର୍ଧ୍ଵ ସମୟ ବିତିଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଇଥିବା କୌଣସି ପ୍ରତିଶୁତି ପୂରଣ କରିନାହାନ୍ତି l ଏହି ପରିପ୍ରେକ୍ଷୀରେ ଏହି ଚାଷୀ ଆନ୍ଦୋଳନକୁ ପୁନଃ ଆରମ୍ଭ କରିବାକୁ ଆସନ୍ତା ଜାନୁଆରୀ ୨୬ତାରିଖରେ ପ୍ରତିବାଦ ଆନ୍ଦୋଳନ ଦେଶବ୍ୟାପି ସଂଗଠିତ କରାଯିବାକୁ ନିଷ୍ପତ୍ତି ହୋଇଛି l ଏହି ଦେଶବ୍ୟାପି ଗଣ ପ୍ରତିବାଦକୁ ସଫଳ କରିବା ଆହ୍ୱାନରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଏହି ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ସଭାରେ ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ହେତୁବାଦୀ ନେତା କିଶୋର ମିଶ୍ର,ଯୁବ ନେତା ମନୋଜ ତରାଇ,ମାଗୁଣି ନାହାକ, ଗଗନ ପ୍ରଧାନ,k. ଶ୍ରୀନିବାସ ରାଓ,ବିଧାନ ନାୟକ,ଅକ୍ଷୟ କୁମାର ସାହୁ, କବିରାଜ ସେଠୀ,ବି.କେ. ବେହେରା, ବିନୋଦ ସାବତ, ଦୀନେଶ ରାଜ,ଦିବାକର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ