ଧର୍ମପରାୟଣା ମହିଳାଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ଅଞ୍ଚଳର ବିଶିଷ୍ଟ ଧର୍ମପରାୟଣା ମହିଳା ତଥା ସମାଜସେବୀ କସ୍ତୁରୀ ପାତ୍ର (୭୨) ଙ୍କ ପାଇଲିପଡ଼ା ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି I ସୂଚନା ପ୍ରକାରେ ଆଜି ସକାଳ ଛଅ ଘଣ୍ଟା ଚାଳିଶ ମିନିଟ୍ ସମୟରେ ସ୍ଵର୍ଗତା ପାତ୍ର ସବୁଦିନ ଭଳି ନିଜର ନିତ୍ୟକର୍ମ ସାରି ପ୍ରାର୍ଥନା କରିବାକୁ ଯିବା ସମୟରେ ହଠାତ୍ ଖଟ ଉପରେ ବସିପଡ଼ି ଟଳି ପଡିଥିଲେ I ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ୍ ନିଆଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଘରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା I ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଦଣ୍ଡପାଣି ପାତ୍ର ଉପସ୍ଥିତ ଥିଲେ I ତାଙ୍କର ବଡପୁଅ ତଥା ପାଇଲିପଡ଼ା ସମିତିସଭ୍ୟ ଓ ବିଜେପି ଘୁମୁସର ଜିଲ୍ଳା କୃଷକ ମୋର୍ଚା ସଭାପତି ରବୀନ୍ଦ୍ର କୁମାର ପାତ୍ର ମୁଖାଗ୍ନି ଦେଇଥିଲେ I ତାଙ୍କର ଅନ୍ୟ ଦୁଇ ପୁଅ ସୁନୀଲ ଏବଂ ବିରଞ୍ଚି,ଝିଅ, ଜ୍ଵାଇଁ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ତାଙ୍କର ମୃତ୍ୟୁ ଖବର ଶୁଣି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ଏମବିଏସ୍ କୋଲା ସିଏମଡି ବସନ୍ତ କୁମାର ବିଷୋୟୀ,ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା,ସରପଞ୍ଚ ଜୟରାମ ନାୟକ,ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ପ୍ରହଲ୍ଲାଦ ଲେଙ୍କା,ସଞ୍ଜୟ ପ୍ରଧାନ, ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା, ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ ସୁବୁଦ୍ଧି,ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, କ୍ଷତ୍ରୀୟବରପୁର ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ପଣ୍ଡା, ଶାସନ ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ବିଷୋୟୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ I ଗ୍ରାମ ଶ୍ମଶାନରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I କସ୍ତୁରୀ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ବେଶ ଜଣାଶୁଣା ଥିବା ବେଳେ ଦୁଃଖୀରଙ୍କିଙ୍କ ପେଟ ଚିହ୍ନି ପାରି ସେମାନଙ୍କୁ ଘରକୁ ଡାକି ଖାଇବାକୁ ଦେଉଥିବାରୁ ତାଙ୍କୁ ଅଞ୍ଚଳର ଅନ୍ନପୂର୍ଣ୍ଣା ଦେବୀ ବୋଲି କୁହାଯାଉଥିଲା I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ