ଟାଙ୍କି ସଫା କରୁଛି ରୋବଟ
ପାଇଖାନା ଟାଙ୍କିରେ କାମ କଲାବେଳେ କେତେକ ସ୍ଥଳାରେ ଦୁର୍ଘଟଣା ଘଟି ଶ୍ରମିକଙ୍କ ଜୀବନ ଯାଇଥାଏ । ଏହି ଘଟଣାର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ତାମିଲନାଡୁର କୋଏମ୍ବାଟୁରରେ ପାଇଖାନା ଟାଙ୍କି ସଫା କରିବା ପାଇଁ ରୋବଟର ବ୍ୟବହାର ପ୍ରକ୍ରିୟା ଆରମ୍ଭ ହୋଇଛି । କୋଏମ୍ବାଟୁର ସହର ନିଗମ ପକ୍ଷରୁ ରୋବଟ ବ୍ୟବହାର କରି ପାଇଖାନା ଟାଙ୍କି ସଫେଇ କରାଯାଉଛି । ଏଥିପାଇଁ କୌଣସି ବ୍ୟକ୍ତି ଟାଙ୍କିରେ ପଶିବା ଆବଶ୍ୟକତା ନାହିଁ । ଟାଙ୍କି ଉପରେ ରହି ରୋବଟ ମାଧ୍ୟମରେ ମଇଳା କଢ଼ାଯାଇପାରିବ । ଏଠାରେ ସୂଚନା ଥାଉ କି ସୁପ୍ରିମକୋର୍ଟ ହାତରେ ଟାଙ୍କି ସଫେଇ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଦେଶ ସ୍ୱାଧୀନତାକୁ ୭୨ ବର୍ଷ ବିତିଯାଇଥିଲେ ବି ଦେଶରେ ଜାତି ଆଧାରରେ ଭେଦଭାବ ଜାରି ରହିଥିବାର କୋର୍ଟ କହିଥିଲେ । ଏହା ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କୋର୍ଟ କହିଥିଲେ । ଏବେ ଏହି ରୋବଟ ବହୁ ମାତ୍ରାରେ ସହାୟକ ହେବ ।