ନିସଂଗ ଜୀବନରୁ ମୁକ୍ତି ପାଇଁ ବରିଷ୍ଠ ନାଗରିକ ମିଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୀମଟାଙ୍ଗି ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବରିଷ୍ଠ ନାଗରିକ ମିଳନ ଅନୁଷ୍ଠିତ ହୋଇଯାଇଛି । ନିସଂଗ ଜୀବନରୁ ମୁକ୍ତି ପାଇଁ ବରିଷ୍ଠ ନାଗରିକ ମିଳନ ଓ ଭାବର ଆଦାନପ୍ରଦାନ ସ୍ୱାଗତ ଯୋଗ୍ୟ । ଏହା ଦ୍ୱାରା ଖୁସି ଓ ଶାନ୍ତି ମିଳି ପାରିବ ବୋଲି ଅତିଥିମାନେ କହିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବେ ବିଏମ୍ସି ମେୟର ସୁଲୋଚନା ଦାସ, କର୍ପୋରେଟର ଶିବ ନାରାୟଣ ରାୟ, ରାଜ୍ୟଶିଶୁ ସୁରକ୍ଷା ଅଧ୍ୟକ୍ଷା ମନ୍ଦାକିନୀ କର ଯୋଗ ଦେଇଥିଲେ । ଏହି ଅବସରରେ ହେଲ୍ପ ଏଜ୍ ଇଣ୍ଡିଆର ଓଡ଼ିଶା ମୁଖ୍ୟ ଭାରତୀ ଚକ୍ର ବରିଷ୍ଠ ନାଗରିକ ସୁରକ୍ଷା ଆଇନ ସମ୍ପର୍କରେ କହିଥିଲେ । ଏହାକୁ ଉପଦେଷ୍ଠା ପୁରୁଷୋତମ ସାହୁ, ସଦସ୍ୟ ଗୋଳଖ ବିହାରୀ ନାୟକ, ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ମଧୁସୂଦନ ସ୍ୱାଇଁ, ବସନ୍ତ କୁମାର ନାୟକ. ଶଙ୍କର ସାହୁ, ବିଷ୍ଣୁ ଚରଣ ପ୍ରଧାନ ଉପସ୍ଥିତ ରହିପରିଚାଳଣା କରିଥିଲେ । ମଂଚର ସଭାପତି ଗଣେଶ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ କାମଦେବ ରଣସିଂହ ପ୍ରାରମ୍ଭିକ ସଂଗୀତ ଗାନ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।


