ସମଣାରେ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମଣା ଠାରେ ପ୍ରଭୂ ବଳଦେବଜୀଉଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ୪ଦିନ ଧରି ଚାଲିବାକୁ ଥିବା ଏହି ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ସକାଳେ ପବିତ୍ର ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ପଣ୍ଡିତ ଚୈତନ ପଣ୍ଡା, ବୃନ୍ଦାବନ ନନ୍ଦ, ଜଗତ ଜୀବନ ପଣ୍ଡା, ସତ୍ୟପ୍ରୀୟ ନନ୍ଦ ପ୍ରମୁଖଙ୍କ ଦ୍ୱାରା ଧେନୁପୂଜା, ସୂର୍ଯ୍ୟପୂଜା ପରେ ଗଣପତି କଳଶ ପୂଜା କରାଯାଇ ହୋମଯଜ୍ଞ ଆରମ୍ଭ ହୋଇଥିବାବେଳେ ଚାରଣଗୋଷ୍ଠୀ ଦ୍ୱାରା ଭଜନ କିର୍ତ୍ତନ ଚାଲୁ ରହିଛି । ବିଦ୍ୟାଧର ଦାଶ, ସାବିତ୍ରୀ ଦାଶ, ବାବାଜୀ ଦାଶ, ଜଳଧର ଦାଶ, ରଙ୍ଗାଧର ଦାଶ, ମଧୁସୁଦନ ଦାଶ, ହେମନ୍ତ ଦାଶ, ଆଲୋକ ଦାଶ, ସୁଶାନ୍ତ ଦାଶ, ଜଳଧର ଦାଶ, ଶଙ୍କରା ସାହା, ଟୁଟୁ ବିଶ୍ୱାଳ, ସଂଗ୍ରାମ ଦାଶ, ସେବତୀ ଦାଶ, ରସବତୀ ଦାଶ, ବିଷ୍ଣୁପ୍ରୀୟା ଦାଶ, ହରପ୍ରୀୟା ଦାଶ, ଗୀତାଞ୍ଜଳୀ ଦାଶ, ଦେବଦତ୍ତ ସା, ଦିପୁନ ପଣ୍ଡା, ରମେଶ୍ୱରୀ ପଣ୍ଡା, ଉଦିତ ନାରାୟଣ ପାଢ଼ୀ, ଦୀପାଳି ଦାଶ, ମୀରା ଦାଶ, ହୀରା ଦାଶ, ମଳୟ ଦାଶ, ସୁଶିଲ ଦାଶ, ଲିଲି ପଣ୍ଡା, ତିଳୋତ୍ତମା ସାହା, ପବିତ୍ର ସାହା, ତିଳୋତ୍ତମା ନନ୍ଦ, ଶଙ୍କୁନ୍ତଳା ପତି, ରୀତା ସାହା, ଶଙ୍କରା ସାହା, ବକ ସାହା, କନକ ଦାଶ ପ୍ରମୁଖ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥବବାବେଳେ ସମସ୍ତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ସମଣା ଗ୍ରାମରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସହ ଚତୁର୍ଦ୍ଧାମୁର୍ତ୍ତୀ ତିନିଶହ ବର୍ଷ ପୁର୍ବରୁ ପରମ୍ପରା ସହକାରେ ପୁଜିତ ହେଉଛନ୍ତି । ଏହି ଚତୁର୍ଦ୍ଧାମୁର୍ତ୍ତୀଙ୍କୁ କେନ୍ଦୁଝର ନରେଶ ଜନାର୍ଦ୍ଦନ ନାରାୟଣ ଭଞ୍ଜଦେଓପ୍ରତିଷ୍ଠା କରିଥିଲେ । କିନ୍ତୁ ସେତେବେଳ ମନ୍ଦିର ନିର୍ମାଣ ହୋଇନଥିବାରୁ ଏକ ଚାଳଘରେ ପ୍ରଭୂ ପୂଜାପାଉଥିବାବେଳେ ଏବେ ପୂଜକ ମାନଙ୍କ ସହଯୋଗରେ ଗ୍ରାମବାସୀଙ୍କ ସହାୟତାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ଆସନ୍ତାକାଲି ମନ୍ଦିର ପ୍ରତିଷ୍ଠା କରାଯାଇ ପ୍ରଭୂଙ୍କ ମନ୍ଦିର ପ୍ରବେଶ କରାଯିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ