ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ପ୍ରଥମେ ମୋବାଇଲରେ ଭିଡିଓ ସୁଟିଂଙ୍ଗ ଏହା ପରେ ଦୁଷ୍କର୍ମ , ଏହା ପରେ ବ୍ଲାକମେଲିଂ ,ବ୍ଲାକମେଲିଂ କରି ବାରମ୍ବାର ଦୁଷ୍କର୍ମ , ଅଭିଯୋଗ କଲେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବା ସହ ଜୀବନରୁ ମାରିଦେବାକୁ ଧମକ । ଏମିତି ଗୋଟିଏ କି ଦୁଇ ଦିନ ଦୁଷ୍କର୍ମ କରିନଥିଲା ଦୀର୍ଘ ୩ ମାସ ଧରି ଧମକାଇ ଦୁଷ୍କର୍ମ ଚାଲିଥିବା ସଇତାନ ଅଭିଯୁକ୍ତ ବିଚିତ୍ର । ପୁଣି ସେ ଜଣେ ନାବାଳିକ ।ଶେଷରେ ଅସହ୍ୟ ହୋଇ ନାବାଳିକା ଝିଅ ଘର ଲୋକ ସାମ୍ନାରେ ପାଟି ଖୋଲିଥିଲା ।ଏହା ପରେ ପରିବାର ଲୋକେ ଅସହ୍ୟ ହୋଇ ଭଦ୍ରକ ଥାନାରେ ଅଭିଯୋଗ କଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ନିମନ୍ତେ ଜାଲ ବିଛାଇଥିଲା ।ପୋଲିସ ସହ ବହୁ ଲୁଚକାଳି ଖେଳ ଖେଳୁଥିଲା ।ଶେଷରେ ଭଦ୍ରକ ପୋଲିସ ହାତରେ ଧରାପଡିଛି ମୁଖ୍ୟ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ବିଚିତ୍ରକୁ ଭଦ୍ରକ ପୋଲିସ ଗିରଫ କରିଛି ଏହି ପରି ନାବାଳିକାଙ୍କ ପରିବାରକୁ ମଧ୍ୟ ହତ୍ୟା ଧମକ ଦେଇଆସୁଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ