ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ପରିବାର ପ୍ରତିପୋଷଣ କରିବାରେ

ମୋହନା, (ଅଂଶୁମାନ ପଣ୍ଡା):ଦୁନିଆରେ ଏଭଳି ଭଳି ମଣୀଷ ଅଛନ୍ତି ଯାହାର କି ହାତ ଗୋଡ ଚଳ ଚଂଚଳ ଥିଲେ ମଧ୍ୟ କାମ ଧାମ କରିବା ପାଇଁ ପଛଘୁଂଚା ଦିଅନ୍ତି । ଦିବ୍ୟାଙ୍ଗମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଥିଲେ ମଧ୍ୟ ତାହା ସମୁଦ୍ରକୁ ସଙ୍ଖେ ପାଣି ଭଳି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୀଛି ଗଜପତି ଜିଲ୍ଲା ମୋହନା ବ୍ଳକର ଗୋବିନ୍ଦପୁର ପଂଚାୟତ ଚଢିଆପଦା ଗ୍ରାମରେ ଯେ କି ଜନ୍ମରୁ ଦୁଇଟି ଗୋଡ ହରାଇ ନିଜ ବାପା କୁ ହରାଇ ଥିଲେ ମଧ୍ୟ ଗୁରୁଣ୍ଡି ଗୁରୁଣ୍ଡି ଗାଁରେ ଛୋଟିଆ ଦୋକାନ ଟି କରି ନିଜ ମାଁକୁ ପୋଷଣ କରୁଛନ୍ତି । ଛୋଟ ଥିବା ସମୟରେ ବାପା ଚାଲିଗଲେ ଆରପାରିକୁ ଓ ବଡ ଭଉଣୀ ବିବାହ ହୋଇ ଶାଶୁ ଘରକୁ ଆଉ ବୁଢି ମାଁ ସହିତ ଚାଳ କୁଡିଆ ଘରେ ଜୀବନ ବିତାଉଛନ୍ତି । ଏଭଳି କି ଦୋକାନ ପାଇଁ କୌଣସି ସାମଗ୍ରୀ କିଣିବାକୁ ହେଲେ ମଧ୍ୟ ଗୁୁରୁଣ୍ଡି ଗୁରୁଣ୍ଡି ଆସି କେଶରା ଛକ ଠାରୁ ବସ ଯୋଗେ ମୋହନା ଆସି ବଜାର କରି ଦୋକାନ ପାଇଁ ସଉଦା କିଣି ନିଅନ୍ତି । ତାହା ବିକ୍ରି କରି ପରିବାର ପ୍ରତିପୋଷଣ ହୁଏ । ସରାକର ସହାୟତା କହିଲେ ମାସକୁ ୫୦୦ ଟଙ୍କା ଭତା ଓ ଚାଉଳ ସେତିକିରେ ପରିବାର ଚଳିବା ମୁସକିଲ । ସରକାର ଯଦି ସାଇକେଲ ଖଣ୍ଡେ ଓ ଦୋକାନ ଚଳାଇବା ପାଇଁ କିଛି ଲୋନ ସହ ଘର ଖଣ୍ଡେ ଯଦି ଯୋଗାଇ ଦେବେ ତାହା ହେଲେ ଭଲସେ ବ୍ୟବସାୟ କରି ଚଳିପାରନ୍ତି ବୋଲି କହିଛନ୍ତି ମେଂଟା ମଳିକ । ଏ ନେଇ ଜିଲ୍ଲା ସାମାଜିକ ସୂରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ କହିଛନ୍ତି ତୁରନ୍ତ ସାଇକେଲ ଖଣ୍ଡେ ଯୋଗାଇବା ସହ ଲୋନ ର ବ୍ୟବସ୍ତା ମଧ୍ୟ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ