ଚଳନ୍ତା କାର ରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଦୁଇଜଣ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ନିକଟସ୍ଥ ଜୁନାଗଡ଼ ଘାଟିରେ ଅଚାନକ ଚଳନ୍ତା କାର ରେ ଲାଗିଲା ନିଆଁ। ତେବେ କାରରେ ଥିବା ୨ ଜଣ ନିଆଁ ଲାଗିଥିବା ଚଳନ୍ତା କlରରୁ ଡେଇଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l କାର ଟି ଏକ ଗଛକୁ ଧକ୍କା ଦେଇ ସମ୍ପୂର୍ଣ ଜଳିଯାଇଛି l ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି l ଅଗ୍ନିଶମ ଅଧିକାରୀ ତାରାକାନ୍ତ ମହାପାତ୍ରଙ୍କ ସୂଚନା ପ୍ରକାରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ବ୍ରହ୍ମପୁର ରୁ ଏକ କାର ରେ ଖଦlଳ ପ୍ରଧାନ ଓ ଅନ୍ୟ ଜଣେ ଯୁବକ ବ୍ରାହ୍ମଣୀଗାଁ ଯାଉଥିଲେ l ପlଣିଗଣ୍ଡl ପୁର୍ବରୁ ଥିବା ଜୁନାଗଡ଼ ଘlଟିରେ କାର ରୁ ଅଚାନକ ଧୂଆଁ ବାହାରିଥିଲା l ଭୟରେ ଖଦlଳ ଓ ଧିରେନ ନାମକ ଦୁଇଜଣ ନିଆଁ ଲାଗିଥିବା ଚଳନ୍ତା କାରରୁ ଡେଇଁ ପଡ଼ିଥିଲେ l ଫଳରେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଦୁଇ ଜଣ l ଏହାପରେ କାର ଟି ଏକ ଗଛରେ ଧକ୍କା ଦେଇ ସମ୍ପୂର୍ଣ ଜଳିଯାଇଛି l । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦୁଇ ଆହତ ଯୁବକଙ୍କୁ ଙ୍କୁ ଅଡବା ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ଖବର ପାଈ ମୋହନା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ। ସୂଚନା ପ୍ରକାରେ କାର ଟି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରୁ କନ୍ଧମାଳ ଜିଲ୍ଲା ବ୍ରାହ୍ମୁଣିଗାଁ କୁ ଯାଉଥିଲା। ସେହି ସମୟରେ ଅଚାନକ ନିଆଁ ଲାଗି ଯାଇଥିଲା। ଘଟଣା ସ୍ଥଳରେ ଅଡବା ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ଥାନା ଅଧିକାରୀ ସୁଭ୍ରାନ୍ତ ପଣ୍ଡା କହିଛନ୍ତି l


