ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟର ଅଧକ୍ଷ୍ୟା ଅର୍ଚନା ଅଗ୍ରୱାଲ ଙ୍କୁ ମିଳିଲା ଅନ୍ତରାଷ୍ଟ୍ରୀୟ ଶିକ୍ଷା ଶ୍ରେଷ୍ଠତା ପୁରସ୍କାର ୨୦୨୩

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡା ସ୍ଥିତ ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟ ଅଧକ୍ଷ୍ୟା ଅର୍ଚନା ଅଗ୍ରୱାଲ ଙ୍କୁ ଅନ୍ତର୍ଜା ରାଷ୍ଟ୍ରୀୟ ଶିକ୍ଷା ଶ୍ରେଷ୍ଠତା ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। କଲମ୍ବୋ ଠାରେ ଭାରତ-ଶ୍ରୀଲଙ୍କା ଶିକ୍ଷା ଶିଖର ସମ୍ମିଳନୀ ତଥା ପୁରସ୍କାର ସମାରୋହ ୨୦୨୩ ଅବସରରେ ପ୍ରତିଷ୍ଠିତ ଅନ୍ତରାଷ୍ଟ୍ରୀୟ ଶିକ୍ଷା ଶ୍ରେଷ୍ଠତା ପୁରସ୍କାର ୨୦୨୩ କଲମ୍ବୋ ସ୍ଥିତ ଭଣ୍ଡାର ନାୟକ ମେମୋରୀୟଲ ଇଣ୍ଟର ନ୍ୟାସନାଲ କନ୍ଫରେନ୍ସ ହଲ ଠାରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଅଧିବେଶନ ରେ ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟ ସମୁହର ପ୍ରତିଷ୍ଠାତ୍ରୀ ତଥା ଅଧକ୍ଷ୍ୟା ଅର୍ଚ୍ଚନା ଅଗ୍ରୱାଲ ଏହି ପୁରୁସ୍କାର ହଟେଲ ତାଜ ସମୂହମ କଲମ୍ବୋ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହ ରେ ଗତ ଜାନୁଆରୀ ୨୮ତାରିଖ ୨୦୨୩ ରେ ଶ୍ରୀଲଙ୍କା ର ଶିକ୍ଷା ମନ୍ତ୍ରୀ ଏ . ଅରବିନ୍ଦ କୁମାର ଙ୍କ ଠାରୁ ଅନ୍ତରାଷ୍ଟ୍ରୀୟ ଶିକ୍ଷା ଶ୍ରେଷ୍ଠ ତା ପୁରଷ୍କାର ୨୦୨୩ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀଲଙ୍କା ର ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ କନକ ହେରାଥ ଶ୍ରୀଲଙ୍କା ର କ୍ୟାବିନେଟ ନ୍ୟାୟ ମନ୍ତ୍ରୀ ଡାଃ ବିଜୟ ଦାସ ରାଜପକ୍ଷେ ଏବଂ ଭାରତ ଶ୍ରୀଲଙ୍କା ଫୋରମ ର ଅଧ୍ୟକ୍ଷ କିଶୋର ଡ଼ି.ରେଡି ଉପସ୍ଥିତ ଥିଲେ । ଏହି ଅନ୍ତରାଷ୍ଟ୍ରୀୟ ସମ୍ମିଳନୀର ଉଦ୍ଦେଶ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଶିକ୍ଷାଦାନ ପ୍ରଥାର ଆଦାନ ପ୍ରଦାନ ପଦ୍ଧତି ପାଇଁ ଏକ ସଶକ୍ତ ପ୍ରଣାଳୀ ସ୍ଥାପିତ କରିବା ଏବଂ ଶିକ୍ଷାର ଗୁଣବର୍ତ୍ତା ବୃଦ୍ଧି ପାଇଁ ମିଳିମିଶି କାର୍ଯ୍ୟ କରିବା । ଏହି ପୁରୁସ୍କାର ପାଇଁ ବିଭିନ୍ନ ମାପଦଣ୍ଡର ଆଧାରରେ ୫୦ ଗୋଟି ଶିକ୍ଷା ସଂସ୍ଥାନ କୁ ବଛାଯାଇଥିଲା । ଶିକ୍ଷା କ୍ଷେତ୍ରରେ ସେମାନଙ୍କ ର ବହୁମୂଲ୍ୟ ଯୋଗଦାନ ପାଇଁ ସମ୍ନାନୀତ କରାଯାଇଥିଲା । ଏହି ଶିଖର ସମ୍ମିଳନୀର ଆୟୋଜକ ସେହି ୫୦ଗୋଟି ଶିକ୍ଷା ସଂସ୍ଥାନର ଭାବନାକୁ ସମ୍ମାନିତ କରି ସେମାନଙ୍କୁ ଅଗଣିତ ଛାତ୍ରଛାତ୍ରୀ ଙ୍କ ଜୀବନକୁ ପରିବର୍ତ୍ତନ କରିବା ସହିତ ସେହି ଛାତ୍ରଛାତ୍ରୀ ଙ୍କୁ ସଫଳତା କ୍ଷେତ୍ରରେ ଅଗ୍ରସର କରାଇଛନ୍ତି । ଏହି ପୁରୁସ୍କାର ରେ ଅର୍ଚ୍ଚନା ଅଗ୍ରୱାଲ ସମ୍ନାନୀତ ହେବାପରେ ସମଗ୍ର କଳାହାଣ୍ଡି ଜିଲା ରେ ଆନନ୍ଦର ଲହରୀ ଖେଳିଯାଇଛି ଏବଂ ଶୁଭେଚ୍ଛୁ ମାନଙ୍କର ଅଭିନନ୍ଦନ ର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ