ଭୀଷ୍ମଗିରି ହାଇସ୍କୁଲ ର ବାର୍ଷିକୋତ୍ସବ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ହାଇସ୍କୁଲ ର ବାର୍ଷିକ ଉତ୍ସବ ଏବଂ ପୁରସ୍କାର ବିତରଣୀ ସମାରୋହ ଶନିବାର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଗଞ୍ଜାମ ଜିଲା ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ  ପବିତ୍ର ମୋହନ ସାହୁ ମୁଖ୍ୟଅତିଥି, ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ  କୋରେଶୁ ସେଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏବଂ ସମ୍ମାନିତ ଅତିଥି ରୂପେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରସାନନ୍ଦ ଘଡେଇ,ବାଳା ମାଝୀ,  ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ, ସମିତି ସଭ୍ୟ ଶିବରାମ ମହାନ୍ତି  ପ୍ରମୁଖ ଯୋଗ ଦେଇଥିଲେ।ଏଥି ସହିତ ବିଦ୍ୟାଳୟର ପରିଚାଳନା କମିଟି ସଭାନେତ୍ରୀ ଗୀତାଞ୍ଜଳି ପଣ୍ଡା,ନିମଖଣ୍ଡି ପେଣ୍ଠ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ,ବୋରିପଦର ହାଇସ୍କୁଲ ର ପ୍ରଧାନ ଶିକ୍ଷକ  ରୁନା ନାୟକ, ଫାସିଗୁଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ  ସୁବାସ ଚନ୍ଦ୍ର ପାଢ଼ୀ,ସି ଆର ସି ସି, ବାବୁଲାଲ ନାୟକ, ସରୋଜ କାନ୍ତ ସାହୁ ଏବଂ ଅଞ୍ଚଳ ର ବହୁ ଶିକ୍ଷକ ଅଭିଭାବକ, ପୁରାତନ ଛାତ୍ର ଯୋଗ ଦେଇଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତି  ଛାତ୍ରୀ ଛାତ୍ର ମାନଙ୍କୁ  ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହାଇସ୍କୁଲ ର  ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ସମସ୍ତ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ