ବାଲିଗୁଡା ରେ ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଗଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡାର ସର୍ବ ପୁରାତନ ଏବଂ ଜନ ବହୁଳ ନୂଆସାହି ରେ ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଗଠିତ l କଳା ସଂସ୍କୃତି ସଂଗଠନ ଏକତା ପାଇଁ ବାଲିଗୁଡା ନୂଆସାହି ଜ଼ିଲ୍ଲା ରେ ଗର୍ବ ଓ ଗୌରବ ଆଣୁ ଥିଲା l କିଛିଦିନ ହେବ ବିଭିନ୍ନ କାରଣ ରୁ ଏହା ବିଲୁପ୍ତ ହେବାକୁ ବସିଥିବା ବେଳେ ଗ୍ରାମ୍ୟ କମିଟି ର ନିଷ୍ପତ୍ତି କ୍ରମେ କଳା ସଂସ୍କୃତି ଏକତା ବଜାୟ ରଖିବା ପାଇଁ ନୂତନ ଭାବେ ସଂକୀର୍ତ୍ତନ ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା ଏବଂ ଉପ ଅଧିକାରୀ ଭାବେ ଜଗନ୍ନାଥ ବିଶୋଇ ଙ୍କୁ ଦାୟିତ୍ୱ ଅର୍ପଣ କରିଛି ଗ୍ରାମ୍ୟ କମିଟି l ଅଧିକାରୀ ପ୍ରମୋଦ କୁମାର ଦଣ୍ଡସେନା ଏବଂ ଜଗନ୍ନାଥ ବିଶୋଇ ଙ୍କ ନେତୃତ୍ୱ ରେ ମହିଳା ଏବଂ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଗଠନ ହୋଇଛି l ବାଲିଗୁଡା ନୁଆସାହି ର ଆରାଧ୍ୟ୍ୟ ଦେବୀ ମା ଦୁର୍ଗା ଙ୍କ ମନ୍ଦିର ରେ ପୂଜାର୍ଚନା ପରେ ଆଖଡ଼ା ଆରମ୍ଭ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ କମିଟି ର ସଭାପତି ଲଳିତ ପାତ୍ର, ସମ୍ପାଦକ ଗଙ୍ଗାଧର ଭୋଇ ଉପସ୍ଥିତ ରହି ବରିଷ୍ଠ କଳାକାର ତଥା ସଂକୀର୍ତ୍ତନ ଗୁରୁ ଯୁଧିଷ୍ଠିର ପାତ୍ର ପୂର୍ବତନ ଅଧିକାରୀ ଗୋପବନ୍ଧୁ ବିଶୋଇ, ଗାୟକ ମହେଶ୍ୱର ପାତ୍ର, ରବିସିଂ ପାତ୍ର, ରଂଜିତ ଗିରି, ବାମଦେବ ନାୟକ ଏବଂ ଶରତ ମୁଖି ଙ୍କୁ ଉପଢୌକନ ଦେଇ ସ୍ୱମ୍ବର୍ଦ୍ଧନା କରିଥିଲେ l ନୂଆସାହିର ବହୁ ଯୁବକ ଯୁବତୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ନୂତନ ଅଧିକାରୀ ର ନେତୃତ୍ୱ ରେ ପୂର୍ଵ ଗୌରବ କଳା ସଂସ୍କୃତି ଏକତା ଫେରିଆସିବ ବୋଲି ଗ୍ରାମ୍ୟ କମିଟି ଆଶାବାଦୀ ଅଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ