ମେଗା ରକ୍ତଦାନ ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଲିଓ କ୍ଲବ ଅଫ ଟେକ୍ନୋଷ୍ଟାର ଦ୍ୱାରା ସିଟିଟିସି ଭୁବନେଶ୍ୱରଠାରେ ଫେବୃୟାରୀ ୪ ତାରିଖରେ ଲାୟନ୍ସ କ୍ଲବ ଅଫ୍ ଭୁବନେଶ୍ୱର ୟୁଥ ଏବଂ ସିଟିଟିସି ଭୁବନେଶ୍ୱର ପୃଷ୍ଠପୋଷକତାରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ମହାନଗର ନିଗମ ହସ୍ପିଟାଲ ରକ୍ତ ଭଣ୍ଡାରର କର୍ମକର୍ତ୍ତାମାନଙ୍କର ସହଯୋଗରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଟିଟିସିର ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ୧୫୧ ୟୁନିଟ୍ ରକ୍ତ ଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଅଫ ଭୁବନେଶ୍ୱର ୟୁଥର କର୍ମକର୍ତ୍ତା ଲାୟନ ବିମଳ ଚନ୍ଦ୍ର ଦାସ, ଲାୟନ ଅଜୟ କୁମାର ମହାନ୍ତି, ଲାୟନ ଲଳିତେନ୍ଦୁ ଶତପଥୀ, ଲାୟନ ସୁଶାନ୍ତ ରାଉତ, ଲିଓ ଅମ୍ଲାନ ପଟ୍ଟନାୟକ, ଲିଓ ମଳୟ କୁମାର ମିଶ୍ର ଏବଂ ସିଟିଟିସିର ବରିଷ୍ଠ କର୍ମକର୍ତ୍ତାଗଣ ଶ୍ରୀ ଏଲ୍‌. ଚନ୍ଦ୍ରଶେଖର, ଡ. କେ. ଏମ୍‌. ରାଜନ, ଶ୍ରୀ ମୀନକେତନ ଶତପଥୀ, ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ