ବିଜେପି ଟାଙ୍ଗଣାପଲ୍ଲୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଟାଙ୍ଗଣାପଲ୍ଲୀ ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ଠାରେ ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବଚନମଣ୍ଡଳୀ ଟାଙ୍ଗଣାପଲ୍ଲୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବିକ୍ରମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନତାପାର୍ଟିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡଳ ଓ ବୁଥ୍‌ସ୍ତରରେ ସଂଗଠନକୁ ସୁଦୁଢ଼ ଲାଗି ପରାମର୍ଶ ଦେଇଛନ୍ତି । ସଂପୃକ୍ତ ଓ ସଶକ୍ତମଣ୍ଡଳ ଏବଂ ବୁଥ୍‌ସ୍ତରରେ ସକ୍ରିୟ ହେବାକୁ ହେବ । ମଣ୍ଡଳ ଓ ବୁଥ୍‌ସ୍ତରରେ ଯେଉଁ କାର୍ଯ୍ୟକର୍ତ୍ତାମାନେ ଅଛନ୍ତି ସେମାନେ ହିଁ ପ୍ରକୃତରେ ଦଳକୁ ମଜବୁତ୍ ତଥା ସଂଗଠନକୁ ସୁଦୁଢ଼ କରିବାରେ ମୂଳଦୁଆ । ସେମାନେ ସକ୍ରିୟ ହେବେ ତେବେ ପ୍ରତିଦ୍ୱନ୍ଦୀ ଥିବା ଅନ୍ୟ ରାଜନୈତିକ ଦଳକୁ କଡା ଟକ୍କ୍‌ର ଦେଇପାରିବା । ଦେଶ ତଥା ରାଜ୍ୟର ପୁରୁଖା ନେତାଙ୍କ ପରିଚୟ ଏହି ବୁଥ୍ ଓ ମଣ୍ଡଳସ୍ତରରେ ଥିବା କାର୍ଯ୍ୟକର୍ତ୍ତାଙ୍କ ସଂଗଠନରୁ ହିଁ ସୃଷ୍ଟି ହୋଇଥାଏ । ଭାରତୀୟ ଜନତା ପାର୍ଟିର ବର୍ତ୍ତମାନ ଦୃଢ଼ ସଙ୍କଳ୍ପ ନେଇଛି ଯେ, ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଥିବା ମଣ୍ଡଳ ଓ ବୁଥ୍‌ସ୍ତରରେ ଦଳୀୟ ସଂଗଠନକୁ ମଜବୁତ୍ କରିବା । ଏହି ସଙ୍କଳ୍ପକୁ ନେଇ ସମଗ୍ର ଭାରତବର୍ଷରେ ଅଭିଯାନ ଆରମ୍ଭ ହୋଇଛି । ଏଣୁ ଆମେ ପ୍ରଥମେ ଆମ ଘର ତଥା ମଣ୍ଡଳକୁ ସଶକ୍ତ କରିବା ତେବେ ଆମ ସଂଗଠନ ସୁଦୁଢ଼ ହୋଇପାରିବ । ତେବେ ଆସନ୍ତା ନିର୍ବାଚନ ବେଳେକୁ ଆମେ ନିଜ ନିଜ ଅଞ୍ଚଳରେ ସଫଳ ହୋଇପାରିବା ବୋଲି ଭାରତୀୟ ଜନତାପାର୍ଟିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଟାଙ୍ଗଣାପଲ୍ଲୀ ମଣ୍ଡଳର ସମସ୍ତ କାର୍ଯ୍ୟକାରିତାମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ପୂର୍ବତନ ଜିଲ୍ଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ଟାଙ୍ଗଣାପଲ୍ଲୀ ମଣ୍ଡଳ ପ୍ରଭାରୀ ଗାଣ୍ଡୁଧର ଗୌଡ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ଚରଣ ପଣ୍ଡା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ ଯୁବ ନେତା ସମ୍ପଦ ନାହାକ, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଡି. ସୁରେଶ, ରଘୁ ରେଡ୍ଡୀ, ବିଦେଶୀ ନାହାକ, ନିରଞ୍ଜନ ମହାରଣା, କିରଣ ସାହୁ, ଅଭୟ ମହାପାତ୍ର, ସନ୍ତୋଷ କୁମାର ଦାଶ, ପବିତ୍ର ବେହେରା, ରାମହରି ସ୍ୱାଇଁ, ପି. କାମରାଜୁ ରେଡ୍ଡୀ, ଏସ୍‌. ପୁରୁଷୋତ୍ତମ ରେଡ୍ଡୀ, ବ୍ରଜ ମହାରଣା, ଏନ୍‌. ଗଣେଷ ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅର୍ଜୁନ ବେହେରା, ପ୍ରକାଶ ପାଣିଗ୍ରାହୀ, ନରହରି ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ