ଜଙ୍ଗଲ ରେ ନିଆଁ ଲାଗି ଜଳିଗଲା ବହୁ ମୂଲ୍ୟବାନ ଗଛ ଏବଂ ଚାରା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାହାସପୂର୍ ପାହାଡିଆ ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଓ ଚାରାଗଛ ସବୁ ଜଳିପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ଦମକଳ ବାହିନୀ ଅଧିକାରୀପ୍ରଫୁଲ୍ଲ କୁମାରବେହେରା ଙ୍କ ସମେତ କର୍ମଚାରୀ ପହଞ୍ଚି ନିଆଁ କୁ ଯଥା ସମ୍ଭବ ଆୟତ୍ତ କରିଥିବେଳେ ବନବିଭାଗ ପକ୍ଷରୁ ଫରେଷ୍ଟର ଅରୁଣ କୁମାର ଦାସ , ଫରେଷ୍ଟ ଗାର୍ଡ ଭାରତୀ ଏବଂ ସମସ୍ତ କର୍ମଚାରୀ ପହଞ୍ଚି ମିଳିତ ଭାବେ ଜଙ୍ଗଲ ନିଆଁ କୁ ଆୟତ୍ତ କରିବା ସମ୍ଭବ ହୋଇପାରିଥିଲା । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ସାହାସପୁର ବନବିଭାଗ ନିକଟସ୍ତ ସବ ଜେଲ ପାର୍ଶ୍ବ ପାହାଡ଼ ଜଙ୍ଗଲ ରେ ନିଆଁ କିଭଳି ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଦମକଳ ବାହିନୀ , ବନ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ଙ୍କ ଦ୍ଵାରା ନିଆଁ ଲିଭା କାର୍ଯ୍ୟ ଚାଲିଛି । ନିଆଁ କି’ଏ ଲଗାଇଲା , କିଭଳି ଲାଗିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଫରେଷ୍ଟର ଅରୁଣ କୁମାର ଦାସ କହିଛନ୍ତି ।କେଉଁ କାରଣରୁ ନିଆଁ ଲାଗିଛି ତାହା ଅଶ୍ୱଷ୍ଟ ଅଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ