ତତ୍ୱ ପ୍ରକାଶ ପୁସ୍ତକ ଉନ୍ମୋଚିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ସ୍ଥିତ ଏକାନ୍ତ ଆଶ୍ରମ ଠାରେ ରେ ମାଘ ପୂର୍ଣ୍ଣିମା ଅବସରରେ ମହର୍ଷି ମାୟାଧର ଦାଶ ଙ୍କ ହସ୍ତଲିଖିତ ପୁସ୍ତକ ତତ୍ୱ ପ୍ରକାଶ କୁ ଉନ୍ମୋଚିତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଚାରିଛକ ଥାନା ଅଧିକାରୀ ମମତା ବିଶ୍ବାଳ, ସମାଜସେବୀ ନେତ୍ରାନନ୍ଦ ଭୋଇ , ଚାରିଛକ ଅର୍ଣ୍ଣପୂର୍ଣା ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟିତ୍ରୀ ମନୋସ୍ଵିନି ଲେଙ୍କା ପ୍ରମୁଖ ଯୋଗଦାନ କରି ଉକ୍ତ ପୁସ୍ତକ କୁ ଆନୁଷ୍ଠାନିକ ଭାବେ ଉନ୍ମୋଚିତ କରିଥିଲେ। କବିରାଜ କୁଳମଣି ସାହୁ ମେମୋରିୟାଲ ଟ୍ରଷ୍ଟ ର ସଭାପତି ଡ଼. କେଦାରନାଥ ସାହୁ ,ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ,ସମାଜସେବୀ ସନାତନ ପାତ୍ର ,ପ୍ରିୟନାଥ ଭୋଳ ଆଶ୍ରମର ବାବା ନନ୍ଦକିଶୋର ଦାସ, ଚାରିଛକ ପ୍ରେସ କ୍ଲବ ସମ୍ପାଦକ ବସନ୍ତ କୁମାର ଦାଶ ଙ୍କ ସହିତ ପ୍ରେସ କ୍ଲବର ସଭ୍ୟ ମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ