ବାଲିଗୁଡା ଉପଜିଲ୍ଲାପାଳ ଛାତ୍ରଛାତ୍ରୀ ଙ୍କୁ ପାଠ ପଢାଇବା ସହ ମଧ୍ୟାହ୍ନ ଭୋଜନ ଯାଞ୍ଚ କଲେ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଶିକ୍ଷାକୁ ସୁଦୃଢ କରିବା ନେଇ ଶିକ୍ଷା ବିଭାଗ ପକ୍ଷରୁ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରାଯାଉଛି। କିଭଳି ସମସ୍ତ ଛାତ୍ର ଛାତ୍ରୀ ସବୁବେଳେ ସ୍କୁଲ ମୁହାଁ ହୋଇ ଦୁଇ ଅକ୍ଷର ପାଠ ପଢିବେ ଏଥି ପାଇଁ ମୌଳିକ ସ୍ଵାକ୍ଷରତା ,ସଂଖ୍ୟା ଜ୍ଞାନ ତାଲିମ ଓ ମୁଁ ଲେଖିବି ମୁଁ ପଢିବି ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସମୟରେ ବାଲିଗୁଡ଼ାରେ ନିଯୁକ୍ତ ନୂତନ ମହିଳା ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ବିଭିନ୍ନ ଦୁର୍ଗମ ଗ୍ରାମାଞ୍ଚଳର ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ଏବେ ଚର୍ଚ୍ଚା କୁ ଆସିଛି। ପିଲାଙ୍କୁ ପାଠ ପଢ଼ାଇବା ସହ ଛାତ୍ରୀ ମାନେ କିଭଳି ଛାତ୍ର ମାନଙ୍କ ଠାରୁ ଅଧିକ ଭଲ ପାଠ ପଢିବେ ଅଧା ରୁ ସ୍କୁଲ ଛାଡ଼ି ବେ ନାହିଁ ସେ ଉପରେ ଗୁରୁତ୍ବ ଦେଇଥିଲେ। ବାଲିଗୁଡ଼ା ବ୍ଲକର ସିନ୍ଦ୍ରିଗାଁ ପଞ୍ଚାୟତର ବିଭିନ୍ନ ସ୍କୁଲ ବୁଲିବା ସହ ନିଜେ ଉପଜିଲ୍ଲାପାଳ ଚକ ଖଡ଼ି ଧରି କଳା ପଟାରେ ଛାତ୍ର ଛାତ୍ରୀ ଙ୍କୁ ପାଠ ବୁଝାଇବା ଦେଖିବାକୁ ମିଳିଥିଲା। ଏହା ସହ ମଧ୍ୟାହ୍ନ ଭୋଜନ ମଧ୍ଯ ନିଜେ ରହି ପରଷି ଥିଲେ। ରୋଷଇ କରୁଥିବା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ କୁ ଠିକ୍ ଭାବେ ପିଲାଙ୍କୁ ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ l ବିଦ୍ୟାଳୟ ପରିସରକୁ ସ୍ଵଚ୍ଛ ଓ ସୁନ୍ଦର ରଖିବା ପାଇଁ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହ ଆଲୋଚନା କରିଛନ୍ତି। ଯାହା ଏବେ ଏହି ଅଞ୍ଚଳ ରେ ମହିଳା ଉପଜିଲ୍ଲାପାଳଙ୍କ ଏ ଭଳି କାର୍ଯ୍ୟକ୍ରମ କୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ