କ୍ଷତ୍ରିୟବରପୁରରେ କ୍ରୀଡ଼ା ତାଲିମ୍ ଶିବିର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଉତ୍ତମ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶାରୀରୀକ କ୍ରୀଡ଼ା ଏକାନ୍ତ ଆବଶ୍ୟକ I ତେଣୁ ଲୋକଙ୍କୁ କ୍ରୀଡ଼ାର ଉପାଦେୟତା ଏବଂ ବିଭିନ୍ନ ପ୍ରକାର କ୍ରୀଡ଼ା ବିଷୟରେ ଜଣାଇବା ପାଇଁ କ୍ଷତ୍ରିୟବରପୁର ଠାରେ ଏକ କ୍ରୀଡ଼ା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର ଓ ବିବେକାନନ୍ଦଙ୍କ ଯୁବକ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କ୍ରୀଡ଼ା ତାଲିମ୍ ଶିବିରକୁ ନେହେରୁ ଯୁବ କେନ୍ଦ୍ର ସଂଯୋଜିକା ଦିପ୍ତିମୟୀ ବେହେରା ପରିଚାଳନା କରିଥିଲେ I ଏହି ଶିବିରରେ ୩୦ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରି ବିଭିନ୍ନ ଖେଳ ସମ୍ପର୍କରେ ତାଲିମ୍ ଗ୍ରହଣ କରିଥିଲେ I ସଂଯୋଜିକା ଶ୍ରୀମତୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ