ବାଲନ୍ଦାପଡାରେ ରେଣ୍ଡୋ ମାଝୀ ଆଞ୍ଚଳିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ମାଓ ଅଧୁଷିତ ଅଞ୍ଚଳ କୁହାଯାଉଥିବା ଗୋଛାପଡା ଥାନା ଅଧୀନରେ ଥିବା ବାଲାନ୍ଦାପଡା ଠାରେ କନ୍ଧମାଳ ପୁଲିସ ଆନୁକୂଲ୍ୟରେ ରେଣ୍ଡୋ ମାଝୀ ଆଞ୍ଚଳିକ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଓ ଅଂଚଳର ଯୁବକ ଯୁବତୀମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ପ୍ରତିଯୋଗିତାର ଆଭିମୁଖ୍ୟ ରହିଛି।ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଫୁଟବଲ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲାନ୍ଦାପଡା ସରପଞ୍ଚ ନିରାକାର ନାୟକ, ପାହିରେଜୁ ସରପଞ୍ଚ କେଶବ କହଁର, କୁଏରମାଣ୍ଡୁ ସରପଞ୍ଚ ମାଧବ କହଁର, ଲୋଇସିଂ ସମିତି ସଭ୍ୟ କାଳିଆ କହଁର, ପକାରୀ ସରପଞ୍ଚ ଦିନିକି କହଁର, କୁଇ ସମାଜ ଯୁବ ସଭାପତି ଆଲୋକ କହଁର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତି ଯୋଗିତାରେ ମାଓ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକର କେନ୍ଦୁଗୁଡା, କୁଇରମାଣ୍ଡୁ, କୁଆଘର, ରାୟଗଡା, ଡ଼ଙ୍ଗାନମୁ ଭଳି ଆଠଟି ଫୁଟବଲ ଟିମ ଭାଗ ନେଇଥିଲେ। କୁଏରମାଣ୍ଡୁ ଓ ଡ଼ଙ୍ଗାନମୁ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଡ଼ଙ୍ଗାନମୁକୁ ୧/୦ ଗୋଲରେ ହରାଇ କୁଏରମାଣ୍ଡୁ ଫୁଟବଲ ଟିମ ଚାମ୍ପିୟନ ହୋଇଥିଲା। ମଧୁସୂଦନ ମକିକଙ୍କ ସହ ଚିକୁନ ଡିଗାଲ, ଜଗନ୍ନାଥ କହଁର, କାହ୍ନୁଚରଣ କହଁର ଖେଳ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀଙ୍କ ସହ ଜିପିଏଲଫ ସଭାପତି ଅନୁମତି କହଁର, ସମ୍ପାଦକ ଜୟନ୍ତୀ କହଁର, ଏମ୍ବିକେ ସୁଧାମୟୀ ପ୍ରଧାନ, ସିଆରପି ପାଳଙ୍କି ଭୋଇ, ଆରତୀ ଡିଗାଲ, ଫୁଲକାଞ୍ଚନ ଡିଗାଲ ଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଫୁଟବଲ ଟିମ ସହ ବିଜେତା ଓ ଉପବିଜେତା ଦଳଙ୍କୁ କନ୍ଧମାଳ ପୁଲିସ ତରଫରୁ ଟ୍ରଫି ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ