ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ମୁଖ୍ୟଦପ୍ତର ‘ଗୃହ ନିର୍ମାଣ ଭବନ’ ପରିସରରେ ସଂସ୍ଥା କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନନୀୟା ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗ ଦେଇ ସରକାରଙ୍କର ‘ସମସ୍ତଙ୍କ ପାଇଁ ଘର’ ଆଭିମୁଖ୍ୟକୁ ସାକାର କରିବା ପାଇଁ ଗୃହ ନିର୍ମାଣ ସଂସ୍ଥା ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଘର ତିଆରି କରି ଯୋଗାଇ ଦେଉ ଏବଂ ଏଥିପାଇଁ ସରକାରଙ୍କ ସହଯୋଗ ମିଳିପାରିବ ବୋଲି କହିଥିଲେ ।ସଂଘର ସଭାପତି ଶ୍ରୀ ମନୋଜ କୁମାର ମହାନ୍ତି ଉତ୍ସବରେ ସଭାପତିତ୍ୱ କରି ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସଂସ୍ଥା ଭାବେ ଉଭା ହୋଇ ବିଗତ ଦୀର୍ଘ ୫୫ ବର୍ଷ ଧରି ରାଜ୍ୟବାସୀଙ୍କୁ ଗୃହ ଯୋଗାଇ ଦେଇ ଅବିଚ୍ଛିନ୍ନ ଭାବେ ରାଜ୍ୟର ସେବା କରି ଆସୁଥିବା ବେଳେ ଏବେ ମଧ୍ୟ ଏ କ୍ଷେତ୍ରରେ ରାଜ୍ୟର ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରୁଛି ଯାହାକି ସଂସ୍ଥାର କର୍ମଚାରୀମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ସମ୍ଭବ ହୋଇପାରିଛି । ସମ୍ମାନିତ ଭାବେ ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ ଯୋଗଦେଇ କହିଲେ ଯେ, ଗୃହ ନିର୍ମାଣ ସଂସ୍ଥାର ଏକ ସମୃଦ୍ଧ ପରମ୍ପରା ଆଉ ଇତିହାସ ଅଛି । ଏହାକୁ ପୁନରୁଦ୍ଧାର କରି ଅଗାମୀ ଏକବର୍ଷ ଭିତରେ ୫୦୦୦ ଫ୍ଲାଟ ତିଆରି କରିବାର ଲକ୍ଷ୍ୟ ରଖି ସଂସ୍ଥା କାର୍ଯ୍ୟ କରୁଛି ଏବଂ ଖୁବ୍ ଶୀଘ୍ର ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ସମୃଦ୍ଧ ହୋଇ ରାଜ୍ୟର ଏକ ନମ୍ବର ସଂସ୍ଥା ଭାବେ ଗଢିତୋଳିବା ପାଇଁ ମୁଁ କର୍ମଚାରୀ ଓ ମାନନୀୟା ମନ୍ତ୍ରୀଙ୍କ ଜରିଆରେ ସରକାରଙ୍କ ସହଯୋଗ ଲୋଡୁଛି । କର୍ମଚାରୀମାନଙ୍କର ଯାହା ସମସ୍ୟା ରହିଛି, ଆମେ ଆଭ୍ୟନ୍ତରୀଣ ପ୍ରକ୍ରିୟାରେ ସମାଧାନ କରିବାକୁ ଚେଷ୍ଟା କରିବୁ । ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ପଟ୍ଟନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ମନ୍ତବ୍ୟରେ କହିଥିଲେ ଯେ, ସଂସ୍ଥା ଏବେ ଜଣେ ସୁଦକ୍ଷ ଏବଂ ଅଭିଜ୍ଞତା ସମ୍ପନ୍ନ ଅଧ୍ୟକ୍ଷ ପାଇଛି । ସଂସ୍ଥାକୁ ଦୃତ ଗତିରେ ଆଗେଇ ନେବା ପାଇଁ ସଂସ୍ଥା ଉଦ୍ୟମ ଜାରି ରଖିବ । ମୁଖ୍ୟବକ୍ତା ଭାବେ ସଂସ୍ଥାର ସଚୀବ ଶ୍ରୀମତୀ ରଶ୍ମୀତାରାଣି ତରାସିଆ ଯୋଗଦେଇ ଯୋଗ ଦେଇଥିଲେ । ଉପସ୍ଥିତ ଥିବା ସଂସ୍ଥାର ସମସ୍ତ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ସଂଘର ଉପସଭାପତି ବାବାଜୀ ପ୍ରତିହାରୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରସନ୍ନ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଯୁଗ୍ମ ସମ୍ପାଦକ ମହାଦେବ ପଢୀଆରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଂଘର କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଗଣେଶ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ସ୍ୱପ୍ନର ଘର ନାମକ ନାଟକ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ