ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ଗୁଣାତ୍ମକ ସେବା ପ୍ରଦାନ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଦୂର ସଂଚାର ବିଭାଗ ତରଫରୁ ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ତଥା ବରିଷ୍ଠ ଭାରତ ଦୂର ସଂଚାର ନିଗମର ଉପ-ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଓଡ଼ିଶାର ସାଢ଼େ ୪ କୋଟି ଉପଭୋକ୍ତାଙ୍କୁ କିପରି ଗୁଣାତ୍ମକ ଓ ଉଚ୍ଚମାନର ୪ଜି ସେବା ମିଳିପାରିବ ତାହା ଉପରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଯାଇଥିଲା । ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ସାରା ରାଜ୍ୟରେ ୪ଜି ସେବା ପଂହଚାଇବା ସହିତ ୨ଜି ଓ ୩ଜି କୁ ଅପଗ୍ରେଡେସନ୍ କରିବା, ନୂତନ ଟାୱାର ବସାଇବା ତଥା ପୂର୍ବରୁ ବକେୟା ଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ କିପରି କରାଯିବା ତାହା ଉପରେ ଶ୍ରୀଯୁକ୍ତ ନାୟକ ସବିଶେଷ ବିବରଣୀ ଗଣମାଧ୍ୟମକୁ ପ୍ରଦାନ କରିଥିଲେ । ଏହି ଅବସରରେ ସେ ମତବ୍ୟକ୍ତ କରି କହିଥିଲେ ଯେ, ୪ଜି ସେବା ୧୮୧୪ ଗ୍ରାମକୁ ପହଂଚାଇବା ସହିତ ଏଥିପାଇଁ ୨ହଜାରା କୋଟି ଟଙ୍କା ବ୍ୟୟ ବରାଦ ଭାରତ ସରକାରଙ୍କ ପକ୍ଷରୁ କରାଯାଇଛି ବୋଲି ଶ୍ରୀଯୁକ୍ତ ନାୟକ ସୂଚନା ପ୍ରଦାନ କରିଛନ୍ତି । ଏହାସହିତ ୫ଜି ସେବା ମଧ୍ୟ ଖୁବ ଶୀଘ୍ର ଓଡ଼ିଶାରେ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ଭାରତ ସରକାରଙ୍କ ଟେଲି ଯୋଗାଯୋଗ ମନ୍ତ୍ରଣାଳୟର ଭୁବନେଶ୍ୱର କାର୍ଯ୍ୟାଳୟରେ ଅବସ୍ଥାପିତ ଜନସଂପର୍କ ଅଧିକାରୀ ମନୋଜ ଷଡ଼ଙ୍ଗୀ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ