ମୁକୁଳା ଟ୍ରାନ୍ସଫର୍ମର ବିପଦରେ ରାମଚନ୍ଦ୍ରପୁର ଗ୍ରାମବାସୀ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଘର ମୁହଁରେ,ଗାଆଁ ଦାଣ୍ଡ ମଝିରେ ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର।ଗ୍ରାମବାସୀଙ୍କ ମୁଣ୍ତରେ ମୃତୃ ର ଖଣ୍ଡା ଝୁଲୁଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ।ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ରାମଚନ୍ଦ୍ରପୁର ଗ୍ରାମର ପ୍ରତ୍ୟେକ ସାହି, ଗଳି, ଚାଲିଯିବା ରାସ୍ତା, ପରିବାର ଲୋକେ ରହୁଥିବା ଘର ସାମ୍ନାରେ ୭ଟି ଟ୍ରାନ୍ସଫର୍ମର ଖୋଲା ମେଲା ହୋଇରହିଛି।୧୧କେ,ଭି ବିଦ୍ୟୁତ୍ ତାର ଯାଇଥିବା ବେଳେ ତାରଉପରେ ନଡିଆ ଗଛ ବାଙ୍ଗୁଆ ଢାଙ୍କି ରହିଛି। ପବନ ହେଲେ ତାର କୁ ତାର ବାଜି ନିଆଁ ପଡୁଛି। ଯାତାୟତ ବେଳେ କାହାର କେତେବେଳେ ଜୀବନ ଚାଲିଯିବ ସେନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଦ୍ୟୁତ୍ ବିତରଣ ବିଭାଗ ପକ୍ଷରୁ ଏଭଳି ଅଘଟଣ କୁ ଏଡ଼ାଇବା ପାଇଁ ତାର ବାଡ କିମ୍ବା କାନ୍ଥ ଘେରା ବୁଲାଇବା ଗ୍ରାମବାସୀ ଙ୍କୁ ସୁରକ୍ଷା ଦେବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଗ୍ରାମବାସୀ ଦାବିକରିଛନ୍ତି। ଏ ନେଇ ପାଟପୁର ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ସତୀଶ କୁମାର ରାଉତ ଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ଆସିଛି । ଟ୍ରାନ୍ସଫର୍ମର ସ୍ଥାନ ପରିବର୍ତ୍ତନ କରିବା ସମ୍ଭବ ନୁହେଁ। ଏ ନେଇ ଉଚ୍ଚସ୍ତରୀୟ ପଦାଧିକାରୀ ହସ୍ତକ୍ଷେପ ଆବଶ୍ୟକତା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ