ଦୁବୁର୍ତ୍ତ ଆକ୍ରମଣରେ ୨ ଗୁରୁତର

ବ୍ରହ୍ମପୁର: ଦିଗପହଣ୍ଡି ଦେଓମାଳି ଛକରେ ଜଣେ ହୋଟେଲ ମାଲିକଙ୍କୁ ଦୁବୁର୍ତ୍ତ ମାନେ ଖଣ୍ଡାରେ ଆକ୍ରମଣ କରିଥିବା ଖବର ମିଳିଛି । ଏହା ପରେ ପୁଣି ଥରେ ଦୁବୁର୍ତ୍ତ ମାନେ କରପଡା ଗ୍ରାମରେ ବାଇକରେ ଯାଉଥିବା ଜଣକୁ ଅଟକାଇ ପୁଣୀ ଖଣ୍ଡାରେ ଆକ୍ରମଣ କରିଛନ୍ତି ।ଶୁକ୍ରବାର ୪ ଟାରେ  ୪ ଜଣ ଦୁର୍ବୁତ୍ତ ଖଣ୍ଡାରେ ହାଣିଥିବା ଜଣାପଡିଛି । ପୂର୍ବଶତ୍ରୁତା କାରଣରୁ ଦୁର୍ବୁତ୍ତ ମାନେ ଆକ୍ରମଣ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି ।ଦୁର୍ବୁତ୍ତଆକ୍ରମଣରେ ଆହାତ ହୋଇଥିବା ୨ ଜଣଙ୍କ ପରିଚୟ ଜୁସ ଦୋକାନୀ କୃଷ୍ଣ ସାହୁ ଓ ବିଜୟ ସେଠୀ ବୋଲି ଜଣାପଡିଛି ।ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଦେଖାଳି ଛକରେ ଓ କରପଡା ଗ୍ରାମ ଠାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବା ନୂଆଗାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ