ଘରପୋଡି ବିପତ୍ତି ସମୟରେ ସହଯୋଗ କଲେ ମନ୍ତ୍ରୀ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ପଞ୍ଚାୟତର ଚଢ଼ିଆପଡା ଗ୍ରାମରେ ଫେବୃଆରୀ ୧୨ ତାରିଖ ଦିନ ଅଗ୍ନିକାଣ୍ଡ ଘଟି ତିନି ପରିବାରର ଘର ପୋଡି ଯାଇଥିଲା। ଖବର ପାଇ ଶ୍ରମ ମନ୍ତ୍ରୀ ଶ୍ରକାନ୍ତ ସାହୁ ସଙ୍ଗେ ସଙ୍ଗେ ପହଞ୍ଚି ଘରପୋଡିରେ କ୍ଷତିଗ୍ରସ୍ତ ତିନି ପରିବାରଙ୍କୁ ସାନ୍ତ୍ବନା ଦେବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ପୋଲସରା ତହସିଲଦାରଙ୍କୁ ଫୋନ କରି ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସହ ଘଟଣା ସ୍ଥଳକୁ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ପଣ୍ଡା, ସତ୍ୟବାଦୀ ସାହୁ, ନରେନ୍ଦ୍ର ଦେବତା ପ୍ରମୁଖଙ୍କ ସମେତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତହସିଲଦାର ଙ୍କ ଆଦେଶ ପ୍ରକାରେ ରାଜସ୍ୱ ନିରୀକ୍ଷକ ଦିବା ତିନିଟା ସମୟରେ ଚଢ଼ିଆପଡା ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତ ଶଙ୍କର ପ୍ରଧାନ, ଟିଟୁ ପ୍ରଧାନ ଓ ସୁଲତା ପ୍ରଧାନ ଙ୍କ ପରିବାରକୁ ପାଲ ଦେଇଥିବା ଜଣାପଡିଛି।


