ରଘୁନାଥପୁରଠାରେ ୧ଠ୮ ହନୁମାନ ଚାଳିଶା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ରଘୁନାଥପୁର ଗ୍ରାମରେ ଥିବା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଦିବ୍ୟଜୀବନ ସଂଘ ବଡ଼ିଆଉସ୍ତା ଶାଖା ମନୋଜ କୁମାର ସାହୁ ଓ ବ୍ରହ୍ମଚାରୀ ଅମର କୁମାରଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ରାମନନ୍ଦ ସରସ୍ୱତୀଙ୍କ ସହଯୋଗରେ ଓ ପାଣ୍ଡିଆଝୋଳି, ପଦ୍ମତୋଳା ଓ ରୋହ ଗାଁ ସତ୍‌ସଙ୍ଗକେନ୍ଦ୍ରର ସହଯୋଗରେ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ କାମନା ନିମନ୍ତେ ୧୦୮ ହନୁମାନ ଚାଳିଶା ପାରାୟଣ ଓ ସତ୍‌ସଙ୍ଗର ଆୟୋଜିତ ହୋଇଯାଇଛି । ଏହିକାର୍ଯ୍ୟକ୍ରମରେ ପ୍ରାତଃ ଜୟ ଗଣେଶ କୀର୍ତନ, ଗୁରୁସ୍ତୋତ୍ର, ଅର୍ଚ୍ଚନା, ବିଶ୍ୱ ପ୍ରାର୍ଥନା, ପ୍ରଭୂ ପ୍ରାର୍ଥନା ସହ ସମସ୍ତଙ୍କ ମଙ୍ଗଳ କାମନା ନିମନ୍ତେ ପ୍ରାର୍ଥନା ସହ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ହରିଶରଣା ନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରିବା ସହ ଆଶ୍ରିବଚନ ପ୍ରଦାନ କରିଥିଲେ । ମାନକୁ ପ୍ରବିତ୍ର କରନ୍ତୁ, ଯଦ୍ୱାରା ନିଶ୍ଚୟ ନିଶନ୍ତିତଏହି ଜନ୍ମରେ ହିଁ ଈଶ୍ୱର ସାକ୍ଷାତକାର ପ୍ରାପ୍ତି ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ସ୍ୱାମୀଜୀ ମହାରାଜ କହିଥିଲେ । ଏହି କାର୍ଯ୍ୟକ୍ରମରେ ମନୋଜସାହୁ, ମିନତୀସାହୁ, ଜୟନ୍ତୀସାହୁ, ସଜନୀସାହୁ, ଇନ୍ଦୁମଣ ିସାହୁ, ଶରତ ପାତ୍ର, ଅଭିମନ୍ୟୁ ଖଟେଇ, ସୁଶାନ୍ତ କୁମାର ସାହୁ, ଶେଖର ପଲେଇ, ଦଣ୍ଡପାଣ ିରଣା, ସୁରେନ୍ଦ୍ର ମହାରଣା, ରିଙ୍କୁ ବିଭୂ, ଉପେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ