ଦିଗପହଣ୍ଡି ରେ ଧାନମଣ୍ଡି ଗୁଡିକରେ ଅଚଳାବସ୍ଥା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକର ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ଧାନ ମଣ୍ଡି ମାନଙ୍କରେ ଧାନକିଣା ଟାର୍ଗେଟ ଅଭାବରୁ ଅଚଳାବସ୍ଥା ଦେଖାଦେଇଛି।ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ଶେଷ ହେବାକୁ ବସିଥିବା ବେଳେ ସେମାନଙ୍କ ଧାନ ରଖିବାକୁ ମଣ୍ଡି ଗୁଡିକ ଅରାଜି ହେଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଅମଳ ଧାନକୁ ବିକ୍ରି କରିନପାରି ଚିନ୍ତାରେ ପଡିଛନ୍ତି ଚାଷୀ। ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କାଣ୍ଡଶର ଗ୍ରାମର ବହୁ ଚାଷୀ ସେବା ସମବାୟ ସମିତିର ସଭାପତି କେ.ସଞ୍ଜିବ କୁମାର ରେଡ୍ଡୀ ଙ୍କ ନେତୃତ୍ୱରେ ଦିଗପହଣ୍ଡି ତହସିଲଦାର ସିପକ୍ କୁମାର ପାତ୍ରଙ୍କୁ ଭେଟି ସେମାନଙ୍କ ଗୁହାରି ଜଣାଇଛନ୍ତି।ସେମାନଙ୍କ ଟୋକନ ଅବଧି ଦିନେ ଦୁଇଦିନ ମଧ୍ୟରେ ସରିବାକୁ ଯାଉଥିବାରୁ ତୁରନ୍ତ ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।କେବଳ କାଣ୍ଡଶର ସୋସାଇଟି ଅଧିନସ୍ଥ ୨୩ ଜଣ ଚାଷୀଙ୍କ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଧାନ ବିକ୍ରି ନହୋଇ ଚାଷୀଙ୍କ ନିକଟରେ ପଡି ରହିଥିବା ଜଣାପଡିଛି।ତହସିଲଦାର  ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅତିରିକ୍ତ ଟାର୍ଗେଟ ପାଇଁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା କହିବା ସହ ଟାର୍ଗେଟ ଆସିଯିବା ପରେ ସବୁ ସମସ୍ଯାର ସମାଧାନ ହୋଇଯିବ ବୋଲି ମଧ୍ୟ ଆଶ୍ଵାସନା ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ