ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜାମିନ ପାଇଲେ ଦୁଇ ଅଭିଯୁକ୍ତ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜାମିନ ପାଇଲେ ଦୁଇ ଅଭିଯୁକ୍ତ। ସେମାନେ ହେଲେ ମହାଳିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟାପକ ରଂଜିତ ସାହୁ ଏବଂ ସାନଚେର ଗାଁ ସ୍କୁଲର ସହକାରୀ ଶିକ୍ଷକ କୃତିବାସ ଚନ୍ଦନ। ସାକ୍ଷୀମାନଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ସେମାନେ ଗିରଫ ହୋଇଥିଲେ। ତେବେ ଶନିବାର ଏହି ଦୁଇ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।ସୂଚନା ଥାଉକି, କିଛିଦିନ ତଳେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତଦେହ ଜେଲରୁ ମିଳିଥିଲା। ଏପର୍ଯ୍ୟନ୍ତ ମୃତ୍ୟୁର ରହସ୍ୟ ଉନ୍ମୋଚିତ ହୋଇପାରିନି। ତେବେ ଗୋବିନ୍ଦ ଜୀବିତ ଥିବା ବେଳେ ମାମଲାରେ ସବୁ ସାକ୍ଷୀମାନଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ମହାଳିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟାପକ ତଥା ଗୋବିନ୍ଦଙ୍କ ସମ୍ପର୍କୀୟ ପୁତୁରା ରଂଜିତ ସାହୁ ଏବଂ ରଞ୍ଜିତଙ୍କ ସହଯୋଗୀ ତଥା ସାନଚେର ଗାଁ ସ୍କୁଲର ସହକାରୀ ଶିକ୍ଷକ କୃତିବାସ ଚନ୍ଦନକୁ ଗତ ଡିସେମ୍ବର ୧ ତାରିଖରେ ଗିରଫ କରିଥିଲା ବଲାଙ୍ଗୀର ପୁଲିସ


