ସହିଦ ମନୋଜ ଙ୍କୁ ଶ୍ରଦ୍ଧାଞ୍ଜଳି
ନିମାପଡ଼ା, (ସନ୍ତୋଷ ଦାଶ):ଗତ ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ରେ ଜାମ୍ମୁ କାଶ୍ମୀର ର ଫୁଲୱାମା ଠାରେ ଆତଙ୍କବାଦୀ ଆତ୍ମଘାତୀ ବୋମା ବିସ୍ଫୋରଣରେ ସିଆରପିଏଫ ଜବାନ ମନୋଜ କୁମାର ବେହେରା ସହିଦ ହୋଇଥିଲେ। ମନୋଜ ଙ୍କ ଘର କଟକ ଜିଲ୍ଲା ରତନପୁର ର ଗଜାବର ଗ୍ରାମ ରେ। ସେ ପୁରୀ ଜିଲ୍ଲା ଅମରେଶ୍ୱର ହାଇସ୍କୁଲ ଓ ନିମାପଡ଼ା ମହାବିଦ୍ୟାଳୟ ର ଛାତ୍ର ଥିଲେ। ତାଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ରେ ତାଙ୍କ ସାଙ୍ଗ ସାଥି, ପରିବାର ପରିଜନ, ଶୁଭେଛୁ, ବୁଦ୍ଧିଜିବୀ ମାନେ ତାଙ୍କ ଗାଁ
ରେ ପହଞ୍ଚି ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ। ଏଥି ସହିତ ସେ ପାଠ ପଢୁଥିବା ଅମରେଶ୍ୱର ହାଇସ୍କୁଲ ଓ ନିମାପଡ଼ା କଲେଜ ରେ ତାଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ନିମାପଡା କଲେଜ ଏନ୍ ସି ସି କ୍ୟାଡେଟ ମାନଙ୍କ ପକ୍ଷରୁ ତାଙ୍କ ସ୍ମୃତି ରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା କରାଯିବାସହ ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।


