ଜଙ୍ଗଲ ନିଆଁର ନିରାକରଣ ପାଇଁ ସଚେତନତା କାଯ୍ୟକ୍ରମ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା କାଯ୍ୟକ୍ରମ ଚାଲୁରହିଛି । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ଉପାନ୍ତ କୋଟଗଡ଼ ବ୍ଲକର ସୁବର୍ଣ୍ଣଗିରୀ ଠାରେ ଅଭିନବ ଉପାୟରେ ଜଙ୍ଗଲ ନିଆଁର ନିରାକରଣ ପାଇଁ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଅଞ୍ଚଳର ସ୍ଥାନୀୟ କଳାକାରଙ୍କୁ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ କୋଟଗଡ଼ ବନାଞ୍ଚଳ ପକ୍ଷରୁ ଏହି ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ସୁର୍ଯ୍ୟକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଫରେଷ୍ଟର ପ୍ରଭାତ କୁମାର ଦୋରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଫରେଷ୍ଟର ଦେବାଶିଷ ଚୌଧୁରୀ, ଫରେଷ୍ଟ ଗାର୍ଡ ରାହୁଲ ଦିଗଲ, କିରଣବାଳା ସ୍ୱାଇଁ, ବିନୋଦ ସାହୁ, ଯଶୋଦା ବେହେରା, ନିବେଦିତା ଦେବୀ, ଧନେଶ୍ୱର ବେଣିଆ ଓ ଶ୍ରଦ୍ଧାଞ୍ଜଳି ମଲ୍ଲିକଙ୍କ ସମେତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ପୁର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳବାସୀ ଅନେକ କିଛି ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ଜଙ୍ଗଲ ସୁରକ୍ଷା ପ୍ରତି ଆମେ ମଧ୍ୟ ବନ ବିଭାଗକୁ ସହଯୋଗ କରିବୁ ବୋଲି କହିଛନ୍ତି ଅଞ୍ଚଳବାସୀ । ସେପଟେ ଆଗକୁ ଖରାଦିନ ଆସୁଥିବା ବେଳେ କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଛନ୍ତି। ଏଣୁ ଜନସାଧାରଣଙ୍କୁ ନାଚ, ଗୀତ ମାଧ୍ୟମରେ ସଚେତନ କରାଇବାକୁ ଆମର ଏହି ପ୍ରୟାସ ବୋଲି ବନାଞ୍ଚଳ ଅଧିକାରୀ ସୁର୍ଯ୍ୟକାନ୍ତ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ