ମହିଳା ଗୋଷ୍ଠୀ ଙ୍କୁ ସ୍ୱାବଲମ୍ବୀ କରୁଛି ବନାୟନ ପ୍ରକଳ୍ପ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦୁମୁଡୁମୀ ବନସୁରକ୍ଷା ସମିତି ଉତ୍ତର ଘୁମୁସୁରୁ ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ ବନାଞ୍ଚଳ, ଗାଙ୍ଗପୁର ସେକ୍ସନ ରେ ଅବସ୍ଥିତ ଅଟେ. ଉତ୍ତର ଘୁମୁସୁରୁ ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଙ୍କ ବଳିଷ୍ଠ ନିର୍ଦ୍ଧେଶ କ୍ରମେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ଶ୍ରୀ କୁମର ବେହରାଙ୍କ ତତ୍ୱାବଧାନରେ ଉକ୍ତ ବନ ସୁରକ୍ଷା ସମିତି ର ଦୁଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମା ଷଣ୍ଢାସୁର ଓ ମା ତାରିଣୀ ଗୋଷ୍ଠୀଙ୍କୁ ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ ପର୍ଯ୍ୟାୟ ଦୁଇ ର ଆବର୍ତ୍ତନ ପାଣ୍ଠି ସହାୟତାରେ ଦୁଇ ଗୋଟି ଧନ କଳ ଏବଂ ଚୁନାକଳ ପ୍ରତିଷ୍ଠା କରାଯାଇଅଛି. ଜଙ୍ଗଲ ବିଭାଗର ପ୍ରକଳ୍ପ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆସାପୋଷଣ କରିଛନ୍ତି. ଏବଂ ଛତୁ ଚାଷ କରିବା ପାଇଁ ମନୋନିବେଶ କରିଛନ୍ତି. ଏହି କାର୍ଯ୍ୟକ୍ରମକୁ ଭି ଏସ ଏସ ର ସଭାପତି ଶ୍ରୀ ଚରଣ ପାତ୍ର, ବନପାଳ ଶ୍ରୀ ଜୀବନନ୍ଦ ତ୍ରିପାଠୀ,ବନରକ୍ଷୀ ତଥା ସଭ୍ୟ ସମ୍ପାଦିକା ଶ୍ରୀମନୋଜ ନାୟକ, କ୍ଷେତ୍ର ପରିଚାଳନା ସଂଯୋଜକ ସନ୍ତୋଷ କୁମାର ଡାକୁଆ ଓ ସହଯୋଗୀ ସ୍ବେଛାସେବୀ ଅନୁଷ୍ଠାନର ରବୀନ୍ଦ୍ର ବେହେରା ସୁଗମ କରିବାରେ ସହଯୋଗ କରିଛନ୍ତି. ଏବଂ ଜଙ୍ଗଲ ରେ ନିଆଁ ନଲଗାଇବା ପାଇଁ ନିବେଦନ କରାଗଲା.