ଟୁଇଟରରେ ଅନୁଷ୍କା ଶର୍ମାଙ୍କ ଦ୍ୱାରା ହାପି ଟୁଇଟ୍ ଅଭିଯାନ

ଦେଶର ଜନସାଧାରଣଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ପାଇଁ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଦ୍ୱାରା ହାପି ଟୁଇଟ୍ ଅଭିଯାନ ଆରମ୍ଭ ହୋଇଛି । ଏହା ଲୋକଙ୍କ ମଧ୍ୟରେ ଦୟା ଭାବନା ଉତ୍ପନ୍ନ
କରିବାକୁ ସକ୍ଷମ ହେବ । ଲୋକମାନଙ୍କୁ ଏହି ଅଭିଯାନ ଅନ୍ତର୍ଗତ ସକାରାତ୍ମକ ଚିନ୍ତା, ମୂହୁର୍ତ ତଥା ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିବାକୁ କୁହାଯାଉଛି । ଏହି ଡିଜିଟାଲ ଅଭିଯାନ ଦ୍ୱାରା ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରାଯାଉଛି । ତାଙ୍କର ଭିଡ଼ିଓ ମଧ୍ୟ ଏହି ଅଭିଯାନରେ ଶେୟାର କରାଯାଉଛି । ଏହା ପୂର୍ବରୁ ଅନୁଷ୍କା ଚଳିତ ବର୍ଷ ଅଗଷ୍ଟ ମାସରେ ପ୍ରଥମ ହାପି ଟୁଇଟ୍ ଭିଡ଼ିଓ ଶେୟାର କରିଥିଲେ ।
ଏହି ଅବସରରେ ଅନୁଷ୍କା ଶର୍ମା କହିଲେ, ଲଭ୍ ଆଣ୍ଡ୍ ଲାଇଟ୍ ପ୍ରୋଜେକ୍ଟ ଲୋକଙ୍କ ମଧ୍ୟରେ ଆନନ୍ଦ ଓ ଖୁସି ବଢ଼ାଇବାକୁ ଚାହୁଁଛି । ବହୁ ଦିନ ମୁଁ ଟୁଇଟ୍ ଜାରି ରଖିଛି । ଲୋକଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିବା ଏହି ଅଭିଯାନର ମୁଳ ଲକ୍ଷ୍ୟ । ଲୋକେ ସୋସିଆଲ୍ ମିଡ଼ିଆ ସହାୟତାରେ ନିଜର ଭଲ ଚିନ୍ତାଧାରା ଏବଂ ଇମୋଶନ୍କୁ ଶେୟାର କରୁଛନ୍ତି । ଏହା ଦ୍ୱାରା ସମଗ୍ର ସମାଜରେ ଏକ ନୂଆ ପ୍ରଭାବ ସୃଷ୍ଟି ହେବାର ଆଶା ଉଦ୍ଜୀବିତ ହୋଇପାରିବ । ଏହି ଅବସରରେ ଟୁଇଟର ଇଣ୍ଡିଆ ଏମ୍ଡି ମନିଶ୍ ମାହେଶ୍ୱରୀ କହିଲେ, ହାପି ଟୁଇଟ୍ ଅଭିଯାନ ଟୁଇଟର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆମେ ଲୋକଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବାର ପ୍ରୟାସ କରୁଛୁ । ଅନୁଷ୍କାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ନିଆରା ଅଭିଯାନ ସମାଜରେ ଏକ ନୂଆ ଖୁସିର ସ୍ଥାନ ସୃଷ୍ଟି କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ