ପୋଲସରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା କୋର୍ଟ ପରିସରରେ, ପୋଲସରା ଓକିଲ ସଂଘର ବାର୍ଷିକ କର୍ମକର୍ତ୍ତା ନିର୍ବାଚନି ବୈଠକ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ସୁଶାନ୍ତ କୁମାର ସାହୁ ପୁନର୍ବାର ତୃତୀୟ ଥର ପାଇଁ ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ବଳରାମ ପ୍ରଧାନ ଉପସଭାପତି, କବିରାଜ ଦାସ ସମ୍ପାଦକ, ପ୍ରଶାନ୍ତ ଆଚାରି ସହ ସମ୍ପାଦକ ଓ ପ୍ରହଲ୍ଲାଦ ବିଷୋୟୀ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଆଇନଜୀବୀ ଶରତ ଚନ୍ଦ୍ର ପଟ୍ଟନ।ୟକ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ ବୈଠକରେ ବରିଷ୍ଟ ଆଇନଜୀବୀ ଗୌରହରି ବିଷୋୟୀ, ଅଗସ୍ତି ବରଡ, ପବିତ୍ର ନାୟକ, ରତ୍ନାକର ମହାନ୍ତି, ସିମାଞ୍ଚଳ ହୋତା, ସୁନୀତା ପାଣିଗ୍ରାହୀ, ପ୍ରଶାନ୍ତ ସାହାଣୀ, ସୀତାକାନ୍ତ ମିଶ୍ର, ସୁଜିତ ପାଣିଗ୍ରାହୀ, ସୁଧାଂଶୁ ଶେଖର ପ୍ରଧାନ, ରଜନୀ କାନ୍ତ ପ୍ରଧାନ, ଅନିଲ କୁମାର ମହାକୁଡ଼, ହରିହର ସାହୁ, କପିଳ ପୋଲାଇ ଓ ଅକ୍ଷୟ ଦାସ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ