ଛାତ୍ରଛାତ୍ରୀ ମାନେ ମଣିଷ ହେବାକୁ ହେଲେ ସ୍ଥିତପ୍ରଜ୍ଞ ହେବାକୁ ପଡିବ ଡ.କୁଳମଣି ଓଝା

ବୁଗୁଡା, (ଅନିଲ କୁମାର ମହାରଣା):ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ୩୦ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦର ଉପ ସଚିବ ତଥା ବିଶିଷ୍ଠ ସାହିତ୍ୟିକ ଡକ୍ଟର କୁଳମଣି ଓଝା ମୂଖ୍ଯ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ଜ୍ଞାନର ବିକାଶ ସମ୍ପର୍କରେ ସୁଚନା ଦେବା ସହ ବିଦ୍ୟାର୍ଥୀ ମାନେ ପ୍ରଥମେ ମଣିଷ ହେବାକୁ ପଡିବ। ସେମାେନଙ୍କ ମଣିଷ ପଣିଆ ରାଷ୍ଟ୍ର ଗଠନରେ ସହାୟକ ହେବ ଏବଂ ନିଜର କାର୍ଯ୍ୟ ଦକ୍ଷତାର ପରିପ୍ରକାଶ ଘଟିବ। ଏଣୁ ସମସ୍ତେ ସ୍ଥିତପ୍ରଜ୍ଞ ହୋଇ ପାରିଲେ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ଯତ ଉଜ୍ଜ୍ବଳ ମୟ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ବାଲିପଦର ଗ୍ରାମପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ସମାଜସେବୀ ଖଲି ପରିଡା, କୈଳାସ ଚନ୍ଦ୍ର ପ୍ରଧାନ, ଜି. ରାଜେଶ୍ବର ପାତ୍ର, କୈଳାଶ ଚନ୍ଦ୍ର ସେନାପତି, କାମେଶ୍ବର ବେହରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପକ ସରୋଜକାନ୍ତ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୁଶାନ୍ତ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଓଝା ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ସୁଜାତା କୁମାରୀ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ