କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଜାତୀୟ ଆଲୋଚନାଚକ୍ର ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁଚରଣ ଚୈାଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଭାରତ ହେଉଛି ବିଶ୍ୱଶକ୍ତିର କେନ୍ଦ୍ର” ଉପରେ ଐତିହାସୀକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଚିନ୍ତାମଣୀ ମହାପାତ୍ର “ଭାରତ ବିଶ୍ୱଶକ୍ତିରେ ପରିଣତ ହେବାକୁ ଥିବା ସମସ୍ୟା ଏବଂ ଆହ୍ୱାନ” ଉପରେ ଆଲୋକପାତ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଶାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇ.କ୍ୟୁ.ଏ.ସି. ସଂଯୋଜକ ଡଃ. ଦେବେନ୍ଦ୍ରନାଥ ଗୋଛାୟତ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଆର୍ଶିଆ ଅଞ୍ଜୁମ ଆଲୋଚନାଚକ୍ରର ସାରମର୍ମ ପ୍ରଦାନ କରିଥିଲେ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ପ୍ରଫେସର ଅଜୟ ସାମଲ, ପ୍ରାକ୍ତନ ଅଧ୍ୟକ୍ଷ ଡଃ. ସେକ ସମସୁର, ପ୍ରଫେସର ନନ୍ଦ କିଶୋର ପରିଡା, ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସମେତ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । କ୍ୟାପଟେନ ସୀମା ମହାନ୍ତି ସଭା ସଂଚାଳନା କରିଥିବା ବେଳେ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ସଂଯୋଜକ ପ୍ରଫେସର ଡଃ. ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡଃ. ପ୍ରକାଶ ଷଡଙ୍ଗୀ ଯୋଗଦେଇ ଭାରତର ସାଇବର ସୁରକ୍ଷାର ସୁଦୃଢୀକରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଦାଶରଥି ଭୂୟାଁ, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ. ମାନସ ବେହେରା ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ସୀମା ମଲ୍ଲିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ପ୍ରଶାନ୍ତ ସାହୁ ନିଜର ସଂକ୍ଷିପ୍ତ ବକ୍ତବ୍ୟ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗୀୟ ଅଧ୍ୟାପିକା ଆର୍ଶିଆ ଅଞ୍ଜୁମ ଆଲୋଚନାଚକ୍ରର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଓଡିଶାର ବିଭିନ୍ନ ମହାବିଦ୍ୟାଳୟର ବହୁ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ପ୍ରଫେସର ଅଜୟ ସାମଲ, ରାଜନୀତିବିଜ୍ଞାନ ବିଭାଗ ପ୍ରାକ୍ତନ ପ୍ରାଧ୍ୟାପକ ଡଃ. ପ୍ରଦୀପ୍ତ କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ । କ୍ୟାପଟେନ ସୀମା ମହାନ୍ତି ସଭା ସଂଚାଳନ କରିଥିବା ବେଳେ ଅଧ୍ୟାପିକା ନିରୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ