ଛାତ୍ର ନିଖୋଜକୁ ୧୯ ଦିନ ବିତିଲା, ମିଳିଲାନି ସନ୍ଧାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି କଲେଜର ଯୁକ୍ତ୩ର ୨ୟବର୍ଷର ଛାତ୍ର ସୌମ୍ୟ ରଞ୍ଜନ ମହାନ୍ତଙ୍କ ନିଖୋଜକୁ ୧୯ଦିନ ବିତି ଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ଛାତ୍ରଜଣକର କୌଣସି ସନ୍ଧାନ ମିଳି ପାରିନି । ଏନେଇ ଛାତ୍ରର ପିତା ମାତା ଦୁଃଖରେ ଭାଙ୍ଗି ପଡିଥିବାବେଳେ ୧୯ଦିନ ହେଲା ଏକ ପ୍ରକାର ଘରେ ଚୁଲି ଜଳିନି । ପରିବାର ଲୋକଙ୍କ ସମେତ ଗ୍ରବାସୀମାନେ ଛାତ୍ରର ସନ୍ଧାନରେ ଲାଗିପଡିଥିଲେବି ସବୁଠି ନିରାଶ ହୋଇଛନ୍ତି ।ଏନେଇ ପରିବାର ଲୋକଙ୍କ ପକ୍ଷରୁ ଆନନ୍ଦପୁର ଥାନାରେ ଅଭିଯୋଗ କରାଯାଇ ଥିବାବେଳେ ପୁଲିସ ବିଭିନ୍ନ ଲୋକଙ୍କୁ ଆଣି ତଦନ୍ତ ଜାରି ରଖିଥିଲେବି ଆଜି ପର୍ଯ୍ୟନ୍ତ ଉକ୍ତ ଛାତ୍ର ସମ୍ପର୍କରେ କିଛି ସୁରାକ ପାଇପାରି ନାହିଁ । ସୁଚନାରୁ ଜଣାଯାଇଛି ଯେ ଯୋଗିଆବନ୍ଧ ଗ୍ରାମର ସୋରେନ ମହାନ୍ତ ଓ ସ୍ୱର୍ଣ୍ଣଲତା ମହାନ୍ତଙ୍କ ପୁଅ ସୌମ୍ୟ ରଞ୍ଜନ ମହାନ୍ତ(୧୯) ହାଟଡିହି କଲେଜର ଜଣେ ମେଧାବୀ ଛାତ୍ର । ଗତ ଫେବୃୟାରୀ ୫ତାରିଖ ରବିବାର ଦିନ ସୌମ୍ୟର ବାପା ମା ସୌମ୍ୟକୁ ଘର ଜଗାଇଦେଇ ମେଡିକାଲକୁ ଯାଇଥିଲେ । କିନ୍ତୁ ସେମାନେ ମେଡିକାଲରୁ ଫେରିବା ବେଳକୁ ପୁଅ ସୌମ୍ୟ ଘରେ ନଥିଲା । ଏପରିକି ତା ପାଇଁ ଘରେ ରଖିଦେଇ ଯାଇଥିବା ଖାଦ୍ୟ ମଧ୍ୟ ସେ ଖାଇ ନଥିଲା । ତେଣୁ ବାପା ମା ତାକୁ ଫୋନଯୋଗେ ଖୋଜିବା ବେଳକୁ ତାର ଫୋନ ସୁଇଜ ଅଫ ଥିଲା । ପରେ ଅନେକ ଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର ସନ୍ଧାନ ପାଇ ନଥିଲେ । କେତେକ ତାଙ୍କୁ ଚକ୍ରତୀର୍ଥ ମଠକୁ ଯାଇଥିବା ଦେଖିଥିବା କହିବାପରେ ପରିବାର ଲୋକେ ଚକ୍ରତୀର୍ଥ ମଠକୁ ଯାଇ ଦେଖିବା ବେଳକୁ ତାର ସାଇଲେଟି ସେଠାରେ ରଖାଯାଇଥିବା ଦେଖିଥିଲେ । କିନ୍ତୁ ସୌମ୍ୟର ସନ୍ଧାନ ମିଳିନଥିଲା । ଯଦି କେହି ସୌମ୍ୟ ସମ୍ପର୍କରେ ଖବର ପାଆନ୍ତି ତେବେ ସୋରେନ ମହାନ୍ତଙ୍କ ଫୋନ ନଂ-୮୭୬୩୩୬୩୫୧୬ରେ ଯୋଗାଯୋଗ କରିବାକୁ ବାପା ସୋରେନ ମହାନ୍ତ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ