ପୋଷା ବିଲେଇ ପାଇଁ ସାହି ବାସିନ୍ଦା ହଟହଟା, ଘଟଣାର ତଦନ୍ତ କଲା ଛତ୍ରପୁର ଥାନା ପୁଲିସ

ଛତ୍ରପୁର, (ଦେବଦତ୍ତ ମହାରଣା):ପୋଷା ବିଲେଇ ପାଇଁ ସାହି ବାସିନ୍ଦା ହଟହଟା ଘଟଣାରେ ଶେଷରେ ତଦନ୍ତ ପାଇଁ ଛତ୍ରପୁର ଥାନା ପୁଲିସ ଟିମ ଶନିବାର ସାହିରେ ପହଂଚି ତଦନ୍ତ କରି ଫେରିଛନ୍ତି । ଏହିଭଳି ଘଟଣା ଛତ୍ରପୁର ଏନଏସି ୧୦ ନଂ ୱାର୍ଡ ଶଙ୍କର ମଠ ସାହି ପାଣି କୋଲାନୀ ରେ ଦେଖିବାକୁ ମିଳିଛି । ସାହି ବାସିନ୍ଦାଙ୍କ ଅଭିଯୋଗ ପରେ ଥାନାରେ ୧୪୦/୨୩ ମାମଲା ରୁଜୁ ହୋଇଥିଲା । ଏହି ଘଟଣାର ସତ୍ୟତା କେତେ ରହିଛି ସେନେଇ ଛତ୍ରପୁର ପୁଲିସ ଟିମ ଉକ୍ତ ସାହିରେ ପହଂଚିଥିଲେ । ଉକ୍ତ ଘର ମାଲିକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଯେଉଁଠାରେ ରହୁଛ ସେଠାକୁ ବିଲେଇ ନେଇ ରଖ ବୋଲି କହିଥିଲେ । ଏହାକୁ ଦୁଇ ଦିନ ମଧ୍ୟରେ ଏଠାରୁ ହଟେଇବାକୁ କହିଥିଲେ,କିନ୍ତୁ ବିଲେଇ ମାଲିକ ଏକ ରୁ ଦୁଇ ମାସ ସମୟ ଦିଅ ପରେ ଏଠାରୁବିଲେଇ ନେଇଯିବି ବୋଲି ପୁଲିସ ଆଗରେ ପ୍ରକାଶ କରିଥିଲେ । କିନ୍ତୁ କିପରି ତୁରନ୍ତ ବିଲେଇ ହଟିବ ତାହା କହିଥିଲେ ନଚେତ ଏଠାରେ ଆସି ରୁହ ବୋଲି କହିଥିଲେ । ଏହାସହ ସାହି ବାସିନ୍ଦାମାନଙ୍କ ସହ ଆଲୋଚନା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ସାହି ବାସିନ୍ଦା କହିବା ମୁତାବକ ପୂର୍ବରୁ ବିଲେଇ ରଖିଥିବା ମାଲିକଙ୍କ ପରିବାର ମାନେ ଏଠାରେ ରହୁଥିଲେ ଏବଂ ବିଲେଇ ରହୁଥିଲା । କିନ୍ତୁ ଏବେ ସେମାନେ ଏଠାରେ ନରହି ଅନ୍ୟ ଏକ ଘରେ ରହୁଛନ୍ତି ସେଠାକୁ କାହିଁକି ନେଉନାହାନ୍ତି ବୋଲି କହିଥିଲେ । ଏଠାରେ ସେମାନେ ରହୁନଥିବାରୁ ଘର ଚାବି ପଡି ରହୁଛି ଯାହାଫଳରେ ସଫାସୁତରା ଠିକସେ ରହୁନାହିଁ, ୩୦ ରୁ ଅଧିକ ବିଲେଇ ରହୁଥିବାରୁ ସେମାନେ ଚିତ୍କାର କରୁଛନ୍ତି, ଆବର୍ଜନା ହେଉଥିବାରୁ ଦୃଗନ୍ଧ ହେଉଛି ବୋଲି କହିଥିଲେ । ଆମେ ବିଲେଇ ହେଉ କିମ୍ବା କୁକୁର ରଖିବାକୁ ବାରଣ କରୁନାହୁଁ ସେମାନେ ଯେଉଁଠି ରହୁଛନ୍ତି ସେଠାରେ ରଖିଲେ ତାହାର ସଠିକ ଭାବେ ଯତ୍ନ ନେଇପାରିବେ ବୋଲି ସାହି ବାସିନ୍ଦା କହିଥିଲେ । ଅନ୍ୟପକ୍ଷରେ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ବିଲେଇ ରଖିଥିବା ମାଲିକ ,ପ୍ରାଣୀ ଚିକିତ୍ସା ବିଭାଗ, ପୁଲିସ କୁ ଚିଠି କରାଯାଇଥିବା ସୂଚନା ମିଳିଛି । ସୂଚନା ଥାଉକି କିଛି ଦିନ ହେବ ଜଣେ ମାଲିକ ୩୦ ରୁ ଅଧିକ ବିଲେଇ ରଖିଛନ୍ତି, ଯାହାଫଳରେ ସାହି ବାସିନ୍ଦାମାନେ ନାନାପ୍ରକାର ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଏନେଇ ବିଲେଇ ରଖିଥିବା ମାଲିକକୁ କହିଥିଲେ ସେମାନଙ୍କ ଉପରେ ଗାଳିଗୁଳଜ କରୁଥିବା ସାହିବାସିନ୍ଦାମାନେ ଛତ୍ରପୁର ଏନଏସି,ଛତ୍ରପୁର ଥାନା ପରେ ଗଞ୍ଜାମ ଏସପି ନିକଟରେ ଦ୍ୱାରସ୍ଥ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ