ପୂର୍ବତନ ବିଧାୟକ ଛତ୍ରପୁର ପ୍ରେସ କ୍ଲବ ପରିଦର୍ଶନ, କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ପ୍ରେସ କ୍ଲବ କାର୍ଯ୍ୟାଳୟ ଠାରେ ପ୍ରେସ କ୍ଲବ ପକ୍ଷରୁ ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ସଭା ପରିଚାଳନା କରିଥିଲେ। ନୂତନ ଭାବେ ଅତି ନିକଟରେ ପ୍ରେସ କ୍ଲବ ନୂତନ କୋଠା ଉଦଘାଟିତ ହୋଇଥିଲା। ପୂର୍ବତନ ବିଧାୟକ ଡାକ୍ତର ପ୍ରଧାନ ତାଙ୍କ ହାତପାଣ୍ଠିରୁ ପ୍ରେସ କ୍ଲବ କୋଠା ନିର୍ମାଣ ପାଇଁ ଦୁଇ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ଆଜି ପ୍ରେସ କ୍ଲବ ନୂତନ କୋଠା ଦେଖି ନିଜର ଖୁସି ଜାହିର କରିଥିଲେ ପୂର୍ବତନ ବିଧାୟକ ଡାକ୍ତର ପ୍ରଧାନ। ପ୍ରେସ କ୍ଲବ ପକ୍ଷରୁ ପୂର୍ବତନ ବିଧାୟକଙ୍କୁ ସମ୍ବର୍ଦ୍ଧନା କରାଯାଇ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ରନାଥ ପଣ୍ଡା, ବସନ୍ତ ମହାରଣା ଓ ଶ୍ରୀକାନ୍ତ ମହାନ୍ତି, ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧିର କୁମାର ନାହାକ, କାର୍ଯ୍ୟକାରୀ ସଦସ୍ୟ ଖିରୋଦ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ସାହୁ, ଅଜିତ୍ ସ୍ୱାଇଁ,ସଦସ୍ୟ କେ. ସତ୍ୟନାରାୟଣ ରେଡ୍ଡୀ, ବିସ୍ମୟ ପ୍ରଧାନ,ସନ୍ତୋଷ ସାହୁ,ଅଶୋକ କୁମାର ବେହେରା,ରବିନ୍ଦ୍ର ନାହାକ, ଦେବବ୍ରତ ପଣ୍ଡା, ଭଗବାନ ରାଉଳ,ଗୌର ପ୍ରସାଦ ମହାପାତ୍ର, କେ ରମେଶ ଏବଂ ଫୋଟ ସାମ୍ବାଦିକ ଅଶୋକ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ