ଗଞ୍ଜାମର ଐତିହାସିକ ଦୋଳଯାତ୍ରା ପାଇଁ ଏନଏସି ତରଫରୁ ପ୍ରସ୍ତୁତି ବୈଠକ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ସହରରେ ପ୍ରତିବର୍ଷଭ ଳି ଚଳିତ ବର୍ଷ ହେବାକୁ ଥିବା ଐତିହାସିକ ଦୋୖଳଯାତ୍ରାରକୁ ଶାନ୍ତିଶୃଙ୍ଖଳାରେ କରିବା ପାଇଁ ଏନଏସି ତରଫରୁ ଏକ ପ୍ରସ୍ତୁତି ବୈଠକ ଭାରତୀ ବିଦ୍ୟା ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହିଭଳି ଗୁରୁତ୍ୱପୂର୍ଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ଅନୁପସ୍ଥିତ ବୈଠକରେ ଉଦବେଗ ପ୍ରକାଶ ପାଇଥିଲାଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ଉତ୍ସବରେ ତହସିଲଦାର ଅରୁଣ କୁମାର ନାୟକ, ବିଡ଼ିଓ ଯସ୍ମୀନ ପ୍ରଧାନ ମଞ୍ଚାସିନ ଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଦୋଳଯାତ୍ରା ସମ୍ପର୍କରେ ପ୍ରାକ ସୂଚନା ପ୍ରଦାନ କରିଥିଲେ। ଗଂଜାମ ର ଏହି ଯାତ୍ରା ୧୬ଟି ଠାକୁର ସାମନ୍ତରା ସାହି, ପଣ୍ଡାସାହି, ଚୌଧୁରୀ ସାହି, ଦୂର୍ଗାଦେବୀ ସାହି, ନୂଆଁ ସାହି,ରାଉଳ ସାହି, ବ୍ରାହ୍ମଣଢ଼ାମଣାସାହି, ଓଡ଼ିଆଢ଼ାମଣାସାହି, ସାନବଜ଼ାର,ଦାମୋଦର ପୁର, କରତି ସାହି, ପୁଇଁତୋଳା ବଡ଼ ସାହି, ସାନସାହି, ବାରିକ ସାହି, ବିଞ୍ଚାଣାପଲ୍ଲୀ, ସୂର୍ଯ୍ୟନାରାୟଣପୁର ପୁର ଗ୍ରାମକୁ ନେଇଏହି ଦୌଳଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏହି ସମୟରେ ବିଦ୍ୟୁତକାଟ ବନ୍ଦ କରିବା, ପାନୀୟ ଜଳ ଯୋଗାଣ ଓ ପରିମଳ, ଅବକାରୀ ,ଭଳି ଆଲୋଚନା ପ୍ରସଙ୍ଗ ଚାଲିଥିବା ବେଳେ,ପ୍ରଶାସନ ଅଧିକାରୀ, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗକୁ ଛାଡିଦେଲେ ଅନ୍ୟକୌଣସି ବିଭଗର ବିଶେଷ କରି ଅବକାରୀ, ଅଗ୍ନିଶମ, ପୋଲିସ, ଟ୍ରାଫିକ, ଭଳି ଗୁରୁତ୍ୱପୂର୍ଣ ବିଭାଗ ର ଅଧିକାରୀ ମାନେ ଯୋଗଦେଇ ନଥିବାରୁ ଆଲୋଚନା କଣ ହେବ ବୋଲି ଉପସ୍ଥିତ ଯାତ୍ରା କମିଟି ସଦସ୍ୟ ମାନେ କହିବା ସହ ଉଦବେଗ ପ୍ରକାଶ କରିଥିଲେ। ଯାହାକୁ ଦେଖି କାର୍ଯ୍ୟନିର୍ବାହୀ ଅଧିକାରୀ ମିଶ୍ର ଓ ତହସିଲଦାର ନାୟକ ଏନେଇ ବିଭାଗୀୟ ଅଧିକାରୀଙ୍କସହ ଆଲୋଚନା କରିବେ ବୋଲି କହିବା ସହ ଯାତ୍ରାରେ ଯେପରି କୌଣସି ଅସୁବିଧା ନଘଟିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଯାତ୍ରା ସମୟରେ ଲୋକ ସମାଗମ ଉପରେ କୌଣସି କଟକଣା ନଥିବା ବେଳେ, ଡିଜେ ବଜ଼ାଇ ପାରିବେ ମାତ୍ର ମେଟ୍ରିକ ପରୀକ୍ଷା ଦୃଷ୍ଟିରେ ରଖି ନିୟମ ଅନୁସାରେ ସାଉଣ୍ଡ ବଜ଼ାଇବା ପାଇଁ ତହସିଲଦାର ନାୟକ କହିଥିଲେ।ଯାତ୍ରାର ପ୍ରଥମ ଦିବସ ତଥା ମାର୍ଚ୍ଚ ତିନୀରେ ଏକାଦାସୀ ପଟୁଆର, ଚାରିରେ ଦୁଆଦସୀ ପଟୁଆର, ପାଞ୍ଚରେ ସାହିଯାତ୍ରା, ଛଅରେ ଠାକୁରଙ୍କ ମେଳନ ଓ ସାତରେ ବଜ଼ାର ଯାତ୍ରା ହେବ। ବଜ଼ାର ଯାତ୍ରା ଦିନ ସମସ୍ତ ଠାକୁର ନିର୍ଦ୍ଧାରିତ ସମୟରେ ଯେପରି ବଜ଼ାର କୁ ଆସିବେ ସେନେଇ ପ୍ରତ୍ୟେକ ସାହିର ଯାତ୍ରା କମିଟି ଦାୟିତ୍ୱ ପ୍ରଶାସନକୁ ସହଯୋଗ କରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ମିଶ୍ର କହିଥିଲେ।ଏହି ପ୍ରସ୍ତୁତି ବୈଠକରେ କାଉନସିଲର ପୁରୁଷୋତ୍ତମ ସାହୁ, ଅରୁଣ କୁମାର ପଣ୍ଡା, ନାୟକ, ପି.ଚନ୍ଦ୍ର ଶେଖର ରେଡ୍ଡୀ, ବିଦ୍ୟୁତ ବିଭଗର ଯନ୍ତ୍ରୀ ଡିଲେସ ଆଚାରି, ଗଞ୍ଜାମ ମେଡ଼ିକାଲ ଡାକ୍ତର ବନଜ କୁମାର କର , ଗ୍ରାସୀମ ଇଣ୍ଡୋଷ୍ଟିଜର ପ୍ରବୀଣ କୁମାର ଦାସଙ୍କ ସମେତ ଯାତ୍ରା କମିଟି ସଦସ୍ୟ ମାନେ ଯୋଗଦେଇଥିଲେ। ଏନଏସିର ଦୀପ୍ତିରଞ୍ଜନ ପୃଷ୍ଟି, କମଳ କାନ୍ତ ଦାସ, ସୁମିତ ବେହେରା, ଭାଗ୍ୟଶ୍ରୀ ନାୟକ, ଉତ୍ତମ ବେହେରା, ପ୍ରଭାତ ମହାପାତ୍ର, କାମେଶ୍ୱର ନାୟକ, ବସୁଦେବ ସୁବୁଦ୍ଧି ପ୍ରମୁଖ ପରିଚାଳନା କରିଥିଲେ।