ଗଜପତି କଲେଜକୁ ବିଶ୍ୱ ବିଦ୍ୟାଳୟ ଘୋଷଣା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଦୁଇ ବିଧାୟକ ଆଜି ଭୁବେନେଶ୍ୱର ଠାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କୁ ସାକ୍ଷାତ କରିଛନ୍ତି |ଶତାୟୁର ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ (ସ୍ୱୟଂ ଶାସିତ ) ମହାବିଦ୍ୟାଳୟଙ୍କୁ ବିଶ୍ୱ ବିଦ୍ୟାଳୟ ଦାବୀ କରି ସ୍ମାରକ ପତ୍ର ଦେଇଛନ୍ତି | ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମନ୍ତ୍ରୀଙ୍କୁ ଭେଟି ଏହି ଦାବୀ ପତ୍ର ଦେଇଛନ୍ତି |ଏଥି ପୂର୍ବରୁ ପତଳାଖେମୁଣ୍ଡି ଠାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା |ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରିବାକୁ ଉଭୟ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା |ତେଣୁ ଆଜି ଉଭୟ ବିଧାୟକ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଠାରେ ଭେଟି ସମ୍ପୃକ୍ତ ଦାବି ଜଣାଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି.