ବିଶ୍ୱଶାନ୍ତି ନିମିତ ମହାଯଜ୍ଞ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷର୍ ମଧ୍ୟ ଫାଲଗୁନ ମାସ ଶୁକ୍ଳ ପକ୍ଷରେ ଅନ୍ଧାରୁଆ ଗ୍ରାମସ୍ଥିତ ପ୍ରବୁଧବିହାର (ପାଦପଦ୍ମ ମୁଣ୍ଡିଆ)ଠାରେ ମହିମା ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଅଛି । ବ୍ରହ୍ମଅବଧୁତ ଜୟକୃଷ୍ଣ ବାବା ମହୋଦୟ ଙ୍କ ପୂର୍ବ ଆଦେଶ ଅନୁଯାଇ ଏବଂ ବ୍ରହ୍ମଅବଧୁତ ବ୍ରଜବନ୍ଧୁ ବାବା ଙ୍କ ଅଧ୍ୟକ୍ଷତାରେ ଅଖଣ୍ଡ ଘୃତବତୀ ପ୍ରଜ୍ଜ୍ୱଳନ,ବିଶ୍ୱଶାନ୍ତି ନିମନ୍ତେ ହୋମ,ବ୍ରହ୍ମଧୁନି ସ୍ଥାପନ,କରାଯାଇଥିଲା ଓ ଏହି ମହୋତ୍ସବରେ ମହିମା ଧର୍ମ ସମାଜର ପର ସନ୍ୟାସୀ ଓ ଅପର ସନ୍ୟାସୀ ସାଧୁବୃନ୍ଦ ସମେତ ବହୁ ସଂଖ୍ୟାରେ ଭକ୍ତ ବୃନ୍ଦ ଯୋଗ ଦେଇଥିଲେ ଓ ପାହାଡଟିରେ ଅଲେଖ ମହିମା ଡାକରେ କମ୍ପି ଉଠିଥିଲା । ଏହି ମହୋତ୍ସବଟିକୁ ଅନ୍ଧାରୁଆ ଗ୍ରାମବାସୀମାନେ ସୁଚାରୁରୂପେ ଚଳାଇ ଥିବାରୁ ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଂଟିଆ ପ୍ରେସ ବିଞ୍ଜପ୍ତିରେ ଦର୍ଶାଇଥିଲେ ।


