ଶ୍ରେଷ୍ଠ ଯୁବ ସଂଗଠକ ପୁରସ୍କାର ପାଇଲା “ଓପ୍ସସା”
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ଯାତ୍ରୀନିବାସ ଠାରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ସ୍ବୟଂ ଚାଳିତ ସଂସ୍ଥା ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ବସନ୍ତ ମଂଜରୀ ପାଠାଗାର ର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା” ପ୍ରେରଣା ଇଣ୍ଟରନ୍ୟାସନାଲ”ର ଅଧ୍ୟକ୍ଷ ବିଶିଷ୍ଟ ପରିବେଶବିତ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ,ବସନ୍ତ ମଂଜରୀ ପାଠାଗାରର ସଭାପତି ତଥା ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର,ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ.ଏ ଶାହାଃ ଅନସାରୀ,ଗାନ୍ଧୀବାଦୀ ପ୍ରବକ୍ତା ଏସ.ଏ ସଫିକ, ସୁରଜ ମଲ୍ଲ ଶାହା କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ସୁକାନ୍ତ କୁମାର ମହାନ୍ତି, ସିନେ ଅଭିନେତ୍ରୀ ନମ୍ରତା ସିଂଦେଓ, ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ଚମ୍ପାହାର ଅଗ୍ନିଶମ କେନ୍ଦ୍ରର ଅଧିକାରୀ ଜ୍ୟୋତି ପ୍ରକାଶ ରଥ, କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ଓ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ଓ ଦୁର୍ଗା ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସ୍ତରୀୟ ଯୁବସଂସଦ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଅଂଚଳର ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଯୁବ ସଂଗଠକ ତଥା ୨୦୧୪ ମସିହାରୁ ଦୀର୍ଘ ୧୦ ବର୍ଷ ହେବ ନିରନ୍ତର ଭାବରେ ଅଲିଭ ରିଡେଲ କଇଁଚ ମାନଙ୍କ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରି ଆସୁଥିବା ପରିବେଶକର୍ମୀ ସୌମ୍ୟରଂଜନ ବିଶ୍ୱାଳ ଙ୍କ ମାର୍ଗଦର୍ଶନ ରେ ଓଡ଼ିଶାର ବିଭିନ୍ନ ଉପକୂଳ ଜୈବ ବିବିଧତା ସଂରକ୍ଷଣ ଦିଗରେ ସ୍ଵେଚ୍ଛାକୃତ କାର୍ଯ୍ୟ କରି ଆସୁଥିବା “ଓଡିଶା ପର୍ଯ୍ୟାବରଣ ସଂରକ୍ଷଣଅଭିଯାନସଙ୍ଗଠନ” (ଓପ୍ସସା ) କୁ ଜିଲ୍ଲା ର ଶ୍ରେଷ୍ଠ ଯୁବ ସଙ୍ଗଠନ ଭାବେ ଚୟନ କରି ପୁରସ୍କୃତ କରିଥିଲେ।ଅତିଥି ମାନଙ୍କ ଦ୍ୱାରାଉପଢୌକନ ମାନପତ୍ର ଦେଇ ସମସ୍ତ ଯୁବ ସଂଗଠକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ପୁରସ୍କାର ରାଶି ବାବଦ ୨୫,୦୦୦ ହଜାର ଟଙ୍କାରଚେକ ପ୍ରଦାନ କରାଯାଇଥିଲା ।ସଂଗଠନ ର ଟ୍ରଷ୍ଟି ଦିଲ୍ଲୀପ କୁମାର ବିଶ୍ବାଳ,ଟ୍ରଷ୍ଟି ପ୍ରଭାକର ବିଶ୍ଵାଳ, ସୁମନ ପ୍ରଧାନ ,ରାହୁଲ ମହାରଣା, ନିହାର ରଞ୍ଜନ ମହାରଣା,ଶିବ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ ।


