ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗୁରୀଗାଁ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀ ମାନେ ନିଜର ପାଠପଢ଼ା ସହିତ ଅନ୍ତର୍ନିହିତ ଗୁଣକୁ କିପରି ବିକଶିତ କରିପାରିବେ ସେଥି ନିମନ୍ତେ ବିଭିନ୍ନ ପ୍ରକାର ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା କରାଇ ସେମାନଙ୍କୁ ଜିଲ୍ଲା ,ରାଜ୍ୟ ଓ ଜାତୀୟ ସ୍ତରରେ ନାମିତ କରିବାରେ ଏହା ବିଦ୍ୟାଳୟ ର ଛୋଟ ପ୍ରୟାସ ବୋଲି ଆଜିର ଉତ୍ସବର ସଭାପତି ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମିଶ୍ର ମତ ପୋଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଜଳେଶ୍ଵରପଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଗୁଣନିଧି ଜେନା ଓ ତାଙ୍କ ମା ପୂର୍ବତନ ସରପଂଚ କାଞ୍ଚନ ବାଳା ଦେଇ ପିଲାମାନଙ୍କ ନିମନ୍ତେ ବିଦ୍ୟାଳୟ ରେ ଆନୁସାଙ୍ଗିକ ସାମଗ୍ରୀ ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଥିଲେ।ଏଥିରେ ପିଲାମାନଙ୍କ ନିମନ୍ତେ କମ୍ପ୍ୟୁଟର କିଣାଯିବ ବୋଲି ପ୍ରଧାନ ଶିକ୍ଷକ ସର୍ବ ସମ୍ମୁଖରେ ପ୍ରକାଶ କରିଥିଲେ। ଏହି ଉତ୍ସବରେ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ପରିଡ଼ା, ଭୋଳାନାଥ ରାଉତ, ସଲ୍ୟନ୍ କୁମାର ପାତ୍ର,ସାଧୁ ଚରଣ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ଭଗବାନ ସାହୁ ପ୍ରମୁଖ ଶିକ୍ଷାବିତ ମାନେ ଯୋଗଦେଇ କୃତୀ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରୀ ମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ