ବିଜେପି ପକ୍ଷରୁ ଥାନାରେ ଏତଲା
ନିମାପଡା, (ସନ୍ତୋଷ ଦାଶ):ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସାରା ରାଜ୍ୟରେ ପ୍ରତି ଥାନା ରେ ଏତଲା ଦିଆଯାଇଥିବା ବେଳେ ବିଜେପି ରାଜ୍ୟ ଉପ ସଭାପତି ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା ନିମାପଡା ଥାନା ରେ ଦିବା ୧୧ .୩୦ ସମୟରେ ଏବଂ ଚାରିଛକ ଥାନା ରେ ସନ୍ଧ୍ୟା ୫ ଟା ସମୟରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଜେପି ଦଳର ନିମାପଡା ସଭାପତି ମାନସ ପ୍ରଧାନ ,ଏନଏସି ସଭାପତି ନିରଞ୍ଜନ ନାୟକ , ଧନୁଆଁ ମଣ୍ଡଳ ସଭାପତି ଜତୀନ୍ଦ୍ର ସ୍ଵାଇଁ, ଚାରିଛକ ଥାନା ଠାରେ ପୂର୍ବତନ ଜିଲାପରିଷଦ ସଭ୍ୟ ପୁର୍ଣଚନ୍ଦ୍ର ଓଝା ,ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ଵାଇଁ ,ଛଣିଜଙ୍ଗ ପଞ୍ଚାୟତ ସରପଞ୍ଚ ଅଜୟ ପରିଡା , ଜମ୍ବେଶ୍ଵର ନାୟକ ,ଅଭୟ ନାୟକ ,ଦୁର୍ଯ୍ୟୋଧନ ମହାନ୍ତି ,ଧୁଳ ସାହୁ ,ଦେବେନ୍ଦ୍ର ବାରିକ , ଧନେଶ୍ୱର ପାତ୍ର, ଜ୍ୟୋତିରଞ୍ଜନ ପାତ୍ର ,ଅମିନ କାଣ୍ଡି ,ଶ୍ୟାମସୁନ୍ଦର ସାହୁ ,ଅବନୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।ନିମାପଡ଼ା ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ଓ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଙ୍କୁ ଏହି ଏତଲା ଦିଆ ଯାଇଥିଲା।


