ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଳକ ଅନ୍ତର୍ଗତ ବାହାରଣା ପଞ୍ଚାୟତ ନୀଳମଣି ସ୍ମୃତି ବିଦ୍ୟାପୀଠ ଓ ବାହାରଣା ନୋଡ଼ାଲ ଓ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପ ଶିକ୍ଷା ଅଧିକାରୀ ସୌଦାମିନୀ ଦାଶ ସମ୍ନାନିତ ଅତିଥି ଭାବେ ସମାଜସେବୀ ପବିତ୍ର ମୋହନ ମହାପାତ୍ର ,ନୀଳମଣି ସ୍ମୃତି ବିଦ୍ୟାପୀଠ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ମିଶ୍ର ,ଠାକୁର ପାଟଣା ହାଇସ୍କୁଲ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ତିଆଡ଼ି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ଓଝା ,ଆଲମିନିୟମ ବଡି ସଭାପତି ନିଶିକାନ୍ତ ସ୍ଵାଇଁ,ସଭ୍ୟ ଦିଲିପ କୁମାର ବାରିକି , ସମାଜସେବୀ ଶଙ୍କର ରାଉତ , ଅବସରପ୍ରାପ୍ତ ଶିକ୍ଷକ ବଳରାମ ମହାରଣା ,ସି ଆର ସି ସି କାଳନ୍ଦୀ ଚରଣ ଜେନା ,ନୀଳମଣି ସ୍ମୃତି ବିଦ୍ୟାପୀଠ ର ସଭାପତି ନିରୋଜା ନଳିନୀ ସ୍ୱାଇଁ ,ବାହାରଣା ନୋଡ଼ାଲ ପ୍ରାଥମିକ ସ୍କୁଲର ସଭାପତି ମାନସୀ ବେହେରା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଵଳନ କରି କ୍ରୀଡା ଉତ୍ସବ ଆରମ୍ଭ କରିଥିଲେ ।ଏହି ସଭାରେ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମେଶ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅମୟ କୁମାର ମହାନ୍ତି ସଭାରେ ସଭାପତିତ୍ୱ କରିଥିଲେ । ଶିକ୍ଷକ ଅନାଦି ଚରଣ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭା ଉତ୍ସବରେ କୁନି କୁନି ପିଲାଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶେଷରେ ଉତ୍ତୀର୍ଣ୍ଣ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଙ୍କୁ ଘନଶ୍ୟାମ ସ୍ୱାଇଁ ସ୍ମୃତି ପୁରସ୍କାର , ଫକୀର ମୋହନ ସ୍ମୃତି ପୁରସ୍କାର, ଘନଶ୍ୟାମ ସ୍ୱାଇଁ ବେଷ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଦୁଇ ସ୍କୁଲ ର ସମସ୍ତ ଶିକ୍ଷକ ଯଥା ମୁରଲୀଧର ପ୍ରଧାନ , ଅଵସରପ୍ରାପ୍ତ ଶିକ୍ଷକ ସତ୍ୟପ୍ରକାଶ ମହାନ୍ତି ,ଗୋବିନ୍ଦ ଓଝା ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଦୁଇ ବିଦ୍ୟାଳୟ ର କମିଟି ସଭ୍ୟ ସଭ୍ୟା ଉପସ୍ଥିତ ରହି ଥିଲେ ।


