କବି ଦୀପକ ମିଶ୍ରଙ୍କ ୮୫ତମ ଜୟନ୍ତୀ ଉତ୍ସବ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରଖ୍ୟାତ କବି ଦୀପକ ମିଶ୍ରଙ୍କ ୮୫ତମ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡା ସହରର ତିନିମୁହାଣିସ୍ଥିତ ଶ୍ରୀରାମମନ୍ଦିର ସଭାଗୃହରେ ସଭାପତି ଡଃ. ବାସୁଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟକ ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଉଦଘାଟନ କରି କେନ୍ଦ୍ରାପଡା ଭାଷା ସାହିତ୍ୟର ଗନ୍ତାଘର । ଏଠାରେ ଅଗଣିତ କବି ସାହିତ୍ୟିକ ଲେଖନୀ ଚାଳନା କରି ଉତ୍କଳ ଜନନୀକୁ ପ୍ରଭାମଞ୍ଜୁଳ କରିଛନ୍ତି । ସେମାନଙ୍କ ମଧ୍ୟରେ କବୀ ଦୀପକ ମିଶ୍ର ଅନ୍ୟଏକ ପ୍ରଜ୍ଜ୍ୱଳିତ ଶିଖା ଥିଲେ ବୋଲି ବିଧାୟକ ଶ୍ରୀ ବେହେରା ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ କୁଳପତି ପ୍ରଫେସର ଡଃ. ହରେକୃଷ୍ଣ ଶତପଥୀ ପବିତ୍ର ତୁଳସୀକ୍ଷେତ୍ରକୁ ଜ୍ୟେଷ୍ଠଶ୍ରେଷ୍ଠ ଶ୍ରୀକ୍ଷେତ୍ର ଭାବେ ବର୍ଣ୍ଣନା କରି ସୋଦହରଣ ପଦମାନ ଆବୃତ୍ତି କରିଥିଲେ । ଆଧୁନିକ କାବ୍ୟ ପରମ୍ପରାକୁ କବି ସ୍ୱର୍ଗତ ମିଶ୍ର ନୂତନ ମୋଡ ଦେଇଥିଲେ, ଯାହାଦ୍ୱାରା ଯୁଗ ଯୁଗ ଧରି ସେ ପାଠକମାନଙ୍କୁ ଉତ୍ସାହିତ କରି ଆସୁଥିଲେ । ଏହି ଅବସରରେ କବି ଡଃ. ହୃଷୀକେଶ ମଲ୍ଲିକଙ୍କୁ ଦଶହଜାର ନଗଦ ଅର୍ଥରାଶି ସମେତ ଉପଢୈାକନ, ପ୍ରଶସ୍ତିଫଳକ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଭବୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା ଯୋଗଦେଇ କେନ୍ଦ୍ରାପଡାକୁ ସଂସ୍କୃତିର ଆଦି ଭୂମିରୂପେ ଚିତ୍ରଣ କରି କହିଥିଲେ ଯେ ପୂଜ୍ୟପୂଜାକୁ କେନ୍ଦ୍ରକରି ଆମ ସମାଜ ଗର୍ବିତ । କେନ୍ଦ୍ରାପଡା ମହାବିଦ୍ୟାଳୟରେ ତାଙ୍କର ସହକର୍ମୀ ଭାବେ ରୋମାଞ୍ଚକର ସ୍ମୃତି ବର୍ଣ୍ଣନା କରିଥିଲେ । ଗୋକର୍ଣ୍ଣିକାର ସମ୍ପାଦକ ତଥା ଅନୁଷ୍ଠାନର ଉପସଭାପତି ରମାକାନ୍ତ ଜେନା ବିଗତ ୪୦ବର୍ଷର ସ୍ମୃତି ବର୍ଣ୍ଣନା କରି ଉପରି ଏକ ଉତ୍ସବ ଓଡିଶାକୁ ଦିଗଦର୍ଶନ ଦେବ ବୋଲି କହିଥିଲେ । ସମ୍ପାଦକ ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସରୋଜ କୁମାର ମହାନ୍ତି ଉତ୍ସବର ଆଭିମୁଖ୍ୟ ଜ୍ଞାପନ କରିଥିଲେ । ଶେଷରେ ତୁହିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଚନ୍ଦନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଜୟଶ୍ରୀ ପତି ସ୍ୱାଗତ ସଂଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ. ରାମଚନ୍ଦ୍ର ବେହେରା, ଡଃ. ବଳରାମ ଲେଙ୍କା, ଅନ୍ନପୂର୍ଣ୍ଣା ମହାନ୍ତି, ନିରୁପମା ଦାସ, ପ୍ରତିଭା ଦାସ, କାଶିନାଥ ରାଉତରାୟ, ତପନ କୁମାର ପତି, ନବଜ୍ୟୋତି ରାୟ, ଅପର୍ଣ୍ଣା ମହାନ୍ତି, ଡଃ. ରତ୍ନାକର ମଣ୍ଡଳ, ସନ୍ଧ୍ୟାରାଣୀ ଲେଙ୍କା, ନିକୁଞ୍ଜବିହାରୀ ପୃଷ୍ଟି, ହୃଶିକେଷ ପଣ୍ଡା, ସୁବାଷ ଚନ୍ଦ୍ର ମହାପାତ୍ର, ଚିରଞ୍ଜିବୀ ରାଉତ, ଡଃ. ଶ୍ରୀଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ