କେନ୍ଦ୍ରାପଡା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ସପ୍ତାହ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ମହିଳା ସପ୍ତାହ ଅବସରରେ ଏକ ସଚେତନତା ସଭା କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମିନର୍ଭା ଗ୍ରୁପର ସଭାପତି ତଥା ହିନ୍ଦୀ ବିଭାଗର ପ୍ରାଧ୍ୟାପିକା ଡଃ. ରତ୍ନମଞ୍ଜରୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମିନର୍ଭା ଗ୍ରୁପର ଉପସଭାପତି ତଥା ପ୍ରାଣୀ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଡଃ. ବାସନ୍ତୀ ଶୁକ୍ଳା ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟ ଇଂରାଜୀ ବିଭାଗର ପ୍ରାଧ୍ୟାପିକା ପ୍ରଫେସର ଜୀତା ରାୟ ଏବଂ ମୁଖ୍ୟବକ୍ତା ଭାବେ ନିଶ୍ଚିନ୍ତକୋଇଲି ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଚିନ୍ମୟୀ ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅର୍ଥନୀତି ବିଭାଗ ଅଧ୍ୟାପିକା ଡଃ. ଦିପ୍ତୀ ରାୟ ଆନ୍ତର୍ଜାତିକ ମହିଳା ଦିବସର ଆଭିମୁଖ୍ୟ ଜ୍ଞାପନ କରିଥିବା ବେଳେ ମିନର୍ଭା ଗ୍ରୁପର ସମ୍ପାଦିକା ତଥା ସମାଜଶାସ୍ତ୍ର ବିଭାଗର ଅଧ୍ୟ।।ପିକା ମଧୁସ୍ମିତା ସିଂହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜଶାସ୍ତ୍ର ବିଭାଗର ପୂର୍ବତନ ମୁଖ୍ୟ ଡଃ. ସୁଷମା ଶତପଥୀ, ଉଭିଦ୍ଦ ବିଜ୍ଞାନ ବିଭାଗ ମୁଖ୍ୟ ଡଃ. ନମିତା ପାତ୍ର, କ୍ୟାପଟେନ ସୀମା ମହାନ୍ତି, କନିଷ୍ଠ କିରାଣି ତୁହିନା ସାନ୍ୟାଲ ଏବଂ କଲେଜର ଭୁଗୋଳ ବିଭାଗର ତୃତୀୟ ବର୍ଷ ସ୍ନାତ୍ତକ ଛାତ୍ରୀ ଜୁନିଅର ଅଣ୍ଡର ଅଫିସର ଶୁଭସ୍ମିତା ଦାଶଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମିନର୍ଭା ଗ୍ରୁପର ସଦସ୍ୟ ଡଃ. ପୈାର୍ଣ୍ଣମାସୀ ପଣ୍ଡା, ଡଃ. ରେବତୀ କର, ଡଃ. ପ୍ରଭାମୟୀ ସାମନ୍ତରାୟ, ଶୁଭସ୍ମିତା ଦାସ, ମାନସମଞ୍ଜରୀ ଜେନା, ଇନ୍ଦୁମତି ସାହୁଙ୍କ ସମେତ ଡଃ. ଜ୍ଞାନୀନ୍ଦ୍ର ଦାଶ, ମେଜର ମନୋରଞ୍ଜନ ମହାନ୍ତି, ଡଃ. ପ୍ରଭାକର ମଲ୍ଲିକ, ଡଃ. ଗୈାରପ୍ରସାଦ ଷଡଙ୍ଗୀ, ପ୍ରଫେସର ରଞ୍ଜିତ ଦାସ, ଡଃ. ଅଜିତ କୁମାର ଦାସ, ରଞ୍ଜନ କୁମାର ସାମଲ, ରାକେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କ୍ୟାପଟେନ ସୀମା ମହାନ୍ତି ସଭା ସଂଚାଳନ କରିଥିବା ବେଳେ ଇଂରାଜୀ ବିଭାଗ ଅଧ୍ୟାପିକା ପୂର୍ବାସା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।


