କର୍କଟ ପିଡିତାଙ୍କୁ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଟପଡା ଗ୍ରାମପଞ୍ଚାୟତର ପୋରଳ ଗ୍ରାମର ଅସହାୟା ବିଧବା ମହିଳା କୁନ୍ତିଲତା ବିଶ୍ୱାଳ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପଡିଥିବା ସମ୍ପର୍କରେ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲା । ଏସମ୍ପର୍କରେ ଜାଣିବା ପରେ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରିଟସ ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ପୋରଳ ଗ୍ରାମରେ ପହଞ୍ଚି ଟ୍ରଷ୍ଟ ପକ୍ଷରୁ କୁନ୍ତିଲତା ଓ ତାଙ୍କ ଝିଅ ସୁଜାତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହିତ ବିଭିନ୍ନ ସ୍ୱେଛାସେବୀ ଓ ଦାତବ୍ୟ ଅନୁଷ୍ଠାନ କୁନ୍ତିଲତାଙ୍କୁ ସହାୟତା ପ୍ରଦାନ ନିମନ୍ତେ ଆଗେଇ ଆସିିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି । ଶ୍ରୀ ମହାନ୍ତିଙ୍କ ସହିତ ସମାଜସେବୀ ରମାକାନ୍ତ ଦାସ ଓ ଟ୍ରଷ୍ଟର ସଦସ୍ୟ ଚିତ୍ତରଞ୍ଜନ ଦାସ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ