ଯୌତୁକ ସାମଗ୍ରୀ ଲୁଚାଇବା ଅଭିଯୋଗରେ ଶ୍ୱଶୁର ଗିରଫ

ବନ୍ତ, (ଚାନ୍ଦିନୀ ମହାନ୍ତି):ଜଣେ ନବ ବିହାହିତା ବୋହୂର ଯୌତୁକ ସାମଗ୍ରୀ ଲୁଚାଇବା ଅଭିଯୋଗରେ ବନ୍ତ ଥାନା ଆପଣ୍ଡା ସିଜୁଗଡିଆ ଗ୍ରାମର ରମେଶ ଜେନାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରକାଶ ଯେ ସିଜୁଗଡିଆ ଗ୍ରାମର ରମେଶ ଜେନାଙ୍କ ପୁଅ ଚନ୍ଦ୍ରକାନ୍ତ ଚଣ୍ଡିପୁର ଗ୍ରାମର ପାଗଳ ଜେନାଙ୍କ ଝିଅ ସନ୍ତୋଷିନୀଙ୍କୁ ବୈଦିକରୀତିରେ ବିବାହ କରିଥିଲେ । ବିବାହ ବେଳେ ବର ପକ୍ଷର ଦାବି ମୁତାବକ ଯୌତୁକ ସାମଗ୍ରୀ ସହ ନଗଦ ୫୦ ହଜାର ଟଙ୍କା ଦେଇଥିଲେ । ବିବାହର କିଛି ମାସ ପରେ ସ୍ୱାମୀ ଚନ୍ଦ୍ରକାନ୍ତ, ଶ୍ୱଶୁର ରମେଶ, ଶାଶୁ ରମା ବିନା କାରଣରେ ସନ୍ତୋଷିନୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଶ୍ୱଶୁର ଘରର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସନ୍ତୋଷିନୀ କୌଶଳକ୍ରମେ ବାପଘରେ ଆଶ୍ରୟ ନେଇଥିଲେ । ଏନେଇ ଥାନାରେ ସନ୍ତୋଷିନୀ ଅଭିଯୋଗ କରିଥିଲେ ମଧ୍ୟ ଶ୍ୱଶୁର ଘର ଲୋକଙ୍କର ବ୍ୟବହାରରେ ପରିବର୍ତ୍ତନ ହୋଇନଥିଲା । ଫଳରେ ସନ୍ତୋଷିନୀ ଶ୍ୱଶୁରଘରକୁ ନଯିବା ପାଇଁ ନିଷ୍ପତ୍ତିି ନେଇ ଶାଶୁ ଘରେ ଥିବା ନିଜର ଯୌତୁକ ସାମଗ୍ରୀ ଫେରାଇ ଆଣିବା ପାଇଁ ଫେବୃଆରୀ ୩ରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇ ପୋଲିସ ଯୌତୁକ ସାମଗ୍ରୀ ଜବତ୍ କରିବା ନିମନ୍ତେ ଶ୍ୱଶୁରଘର ସିଜୁଗଡିଆ ଗ୍ରାମରେ ପହଞ୍ଚିଥିଲେ । ମାତ୍ର ଶ୍ୱଶୁର ଘରେ କୌଣସି ଯୌତୁକ ସାମଗ୍ରୀ ଦେଖିବାକୁ ପାଇନଥିଲେ । ଫଳରେ ପୋଲିସ ଶ୍ୱଶୁର ରମେଶ ଜେନାଙ୍କୁ ଥାନାକୁ ଆଣିବା ସହ ଭଦ୍ରଲୋକମାନଙ୍କ ଉପସ୍ଥିତିରେ ବିବାହ ସମୟର ଚିଠା ଅନୁଯାୟୀ ଯୌତୁକ ସାମଗ୍ରୀ ଫେରାଇ ଦେବା ନିମନ୍ତେ ବୁଝାସୁଝା କରିଥିଲେ । ମାତ୍ର ରମେଶ ପୋଲିସକୁ କୌଣସି ସହଯୋଗ କରିନଥିଲା । ଫଳରେ ପୋଲିସ ଯୌତୁକ ସାମଗ୍ରୀ ହଡପ ଅଭିଯୋଗରେ କେସ ନଂ-୩୨/୨୩ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ